Header Ads

Header ADS

ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ମହିଳାମାନଙ୍କ ଶୋଭାଯାତ୍ରା

କଣ୍ଟାବାଞ୍ଜି: ବହୁପ୍ରତିକ୍ଷୀତ ଅଯୋଧ୍ୟା ରାମଲାଲା ମନ୍ଦିର ରେ ଆସନ୍ତା କାଲି ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ, କଣ୍ଟାବାଞ୍ଜି ସହର ରେ ରାମମୟ ହୋଇ ଯାଇଛି। କଣ୍ଟାବାଞ୍ଜି ସହର ୱାର୍ଡ ନଂ ୧୪ବିବେକାନନ୍ଦ ନଗରର ଶତାଧିକ ମହିଳା ଏହି ଅବସରରେ ରାମଲାଲାଙ୍କ ଏକ ବିରାଟ ପାଲିଙ୍କି ଶୋଭାଯାତ୍ରା ସ୍ଥାନୀୟ ପାର୍କ ରାସ୍ତାରୁ ବାହାରି ଡ଼ୁମେରଛୁଆଁ ରାସ୍ତା ଦେଇ, ମହାବୀର ରେସିଡେନ୍ସି, କୋର୍ଟ ରାସ୍ତା, ପୂର୍ତ୍ତବିଭାଗ କଲୋନୀ, ଆଶ୍ରାମପଡା ରାସ୍ତା ଦେଇ, ଝାଙ୍କରପଡା ସ୍କୁଲ ରାସ୍ତା ଦେଇ ବିବେକାନନ୍ଦ ନଗରକୁ ଫେରିଯାଇଥିଲେ।
ବିବେକାନନ୍ଦ ଶ୍ରୀରାମ ହନୁମାନ ସାହିର କୁନି କୁନି ପିଲାମାନେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ  ଓ ସୀତା ବେଶରେ ସଜ୍ଜିତ ହେବାପରେ ମହିଳା କୀର୍ତ୍ତନ ମଣ୍ଡଳୀ ସହ ରାମଲାଲା ପାଲିଙ୍କି ଶୋଭାଯାତ୍ରା  ନଗର ପରିକ୍ରମା କରିଥିଲା। ଶୋଭାଯାତ୍ରା ସମୟରେ ମହାବୀର ରେସିଡେନ୍ସି ସ୍ଥିତ ରାଧାକୃଷ୍ଣମନ୍ଦିର, ପୂର୍ତ୍ତକଲୋନୀ ର ରାମେଶ୍ୱର ମନ୍ଦିର, ଆଶ୍ରାମପଡା ଜଗନ୍ନାଥ ମନ୍ଦିର, ଦର୍ଶନ କରିଥିଲେ ଶୋଭାଯାତ୍ରା କାରି. ସପ୍ତାହେ ହେଲା ଭୋର ୫ ଟା ସମୟରେ ସ୍ଥାନୀୟ ମୁଖ୍ୟ ରାମ ମନ୍ଦିର ପ୍ରାଙ୍ଗଣ ରୁ ବିଶ୍ୱ ହିନ୍ଦୁ ପରିଷଦ, ରାଷ୍ଟୀୟ ସ୍ୱୟଂ ସେବକ, ରାମସେନା ଭକ୍ତ ମାନେ  ଯୋଗଦେଇଥିଲା। ରାମ ମନ୍ଦିର ପରିସରରେ ସୁନ୍ଦର କାଣ୍ଡ ରାମାୟଣ ପାଠ ଚାଲିଛି।


No comments

Powered by Blogger.