Header Ads

Header ADS

ହସିଲେ ଭଲ ମାତ୍ର ଅତ୍ୟଧିକ ହସିଲେ ହେଉଛି….

laugh

ଅତ୍ୟଧିକ ହସରୁ ମୃତ୍ୟୁ ହେଉଛି ,ମୃତ୍ୟୁର ଏକ ବିରଳ ରୂପ। ଅନବରତ କିଛି ସମୟ ହସିଲେ, ସାଧାରଣତଃ ହୃଦ୍‌ଘାତ କିମ୍ବା ଶ୍ୱାସକ୍ରିୟା ଅବରୋଧ ହୋଇଥାଏ, ଯାହା କାରଣରୁ ମୃତ୍ୟୁ ହେବାର ଆଶଙ୍କା ଅଧିକ। ପ୍ରାଚୀନ ଗ୍ରୀସ୍ ସମୟରୁ ଏବେର ଆଧୁନିକ ସମୟ ପର୍ଯ୍ୟନ୍ତ ହସ ଦ୍ୱାରା ସଂଖ୍ୟାଧିକ ମୃତ୍ୟୁ ରେକର୍ଡ ବି କରାଯାଇଛି।

କିନ୍ତୁ ଏଭଳି ଚିନ୍ତା କରି ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ଦେଖିବା ବନ୍ଦ କରନ୍ତୁନି। ବିଶେଷଜ୍ଞ ଦଳ ମତରେ କମେଡି ଶୋ’ ଏକ ଚେତାବନୀ ସହ ପ୍ରସାରଣ ହେବା ଉଚିତ। କୌଣସି ହସ କଥାରେ ହସିଲାବେଳେ ଶ୍ବାସକ୍ରିୟାରେ ଅସୁବିଧା ହେଉଥିବା ନିଶ୍ଚୟ ଅନୁଭବ କରିଥିବେ। କେତେଜଣ ଅଧିକ ହସି ନ ପାରି ସେଇ ସ୍ଥାନ ଛାଡ଼ି ପଳାଇଆସନ୍ତି। ଅନ୍ୟ କେତେଜଣ ହସୁହସୁ କାନ୍ଦି ବି ପକାନ୍ତି। ଆଖିକୁ ଲୁହ ଆସିବା ଅର୍ଥ ହେଉଛି ଶରୀରକୁ କଷ୍ଟ ହେଉଛି। ଜଣେ ବ୍ୟକ୍ତି ସେହି ପରିସ୍ଥିତିରେ ସଚେତନ ହୋଇ ହସିବା ସ୍ଥାନରୁ ଉଠିଆସିବା ହିଁ ବୁଦ୍ଧିମାନର କାମ।



No comments

Powered by Blogger.