Header Ads

Header ADS

କନ୍ଧମାଳ ଜିଲା ବାରିଷ୍ଠ ନାଗରିକ ସଂଘ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର

ଫୁଲବାଣୀ:କନ୍ଧମାଳ ଜିଲା ବାରିଷ୍ଠ ନାଗରିକ ସଂଘ, ଫୁଲବାଣୀ ଓ ମହାନଦୀ ନେତ୍ର ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ସ୍ଥାନୀୟ ନାରୟଣୀ ଯାତ୍ରା ମଣ୍ଡପ ଠାରେ ସର୍ବସାଧାରଣ ଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ୧୭୫ ଜଣ ସେମାନଙ୍କ ଚକ୍ଷୁ ପରୀକ୍ଷା କରିଛନ୍ତି। ଏହି ଶିବିରରେ ସଂଘର ସଭାପତି କମଳାକାନ୍ତ ପାଣ୍ଡେ, କାର୍ୟ୍ୟକାରୀ ସଭାପତି ପଦ୍ମଚରଣ ସ୍ୱାଇଁ, ଉପସଭାପତି ନବକିଶୋର ରଥ, ସାଧାରଣ ସମ୍ପାଦକ ପ୍ରଣବ ମଣ୍ଡଲ, ସଂଗଠନ ସମ୍ପାଦଜ ରାଜକିଶୋର ପାଢ଼ୀ, ଯୁଗ୍ମସମ୍ପାଦକ ବଂଶୀଧର ପଣ୍ଡା, ଗଭର୍ଣ୍ଣିଙ୍ଗ ବଡିର ସଦସ୍ୟ ନବୀନ କିଶୋର ପଣ୍ଡା, କର୍ମକର୍ତ୍ତା ମଞ୍ଜୁଳା ପାଣିଗ୍ରାହୀ, ପ୍ରମୋଦ ସାହୁ, ମଧୁସୂଦନ ସାହୁ, ମୋହନ ପ୍ରଧାନ, ବିକାଶ ମହାନ୍ତି, ସୁବାସ ଚଦ୍ର ବେହେରା ସହଯୋଗ କରିଥିଲେ। ମହାନଦୀ ନେତ୍ର ଚିକିତ୍ସାଳୟର ଡକ୍ଟର ପ୍ରଶାନ୍ତ କୁମାର ଶତପଥି, ଧର୍ମରାଜ ନାୟକ, ଚନ୍ଦ୍ରଶେଖର ନନ୍ଦ, ମହେଶ ବେହେରା ପ୍ରମୁଖ ଚକ୍ଷୁ ଶିବିର ପରିଚାଳନା କରିଥିଲେ।



No comments

Powered by Blogger.