Header Ads

Header ADS

ସାହାରପଡ଼ା ବ୍ଲକ ସ୍ତରୀୟ କ୍ରୀଡା ଉଦଯାପିତ

ପାଟଣା: ସାହାରପଡ଼ା ବ୍ଲକ ସ୍ତରୀୟ କ୍ରୀଡା ଉଦଯାପିତ ହୋଇଯାଇଛି। ଏକାଧିକ ସ୍ଥାନରେ କ୍ରୀଡା ପ୍ରତିଯୋଗିତା ଆୟୋଜନ ସମୟରେ କ୍ରିକେଟ, ଫୁଟବଲ, କବାଡି ଓ ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଦଯାପନ ଉତ୍ସବ ନୋଡାଲ ଅଧିକାରୀ ମନୋରଞ୍ଜନ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ଯୋଗ ଦେଇ କ୍ରିକେଟରେ ଚମ୍ପିୟାନ ଲୁଙ୍ଗା, ଫୁଟବଲ ରେ ଦାମାହୁଦା, କବାଡିରେ ଚମ୍ପିୟାନ ମାଲସାହି, ଭଲିବଲରେ ବେଲସରେଇ ଏବଂ ଖୋ ଖୋ ରେ ଚମ୍ପିୟାନ ଦଳକୁ ପୁରସ୍କୃତ କରିଥିଲେ। ସାହାରପଡ଼ା ବିଡ଼ିଓ ମାଧବଚନ୍ଦ୍ର ଵିରୁଆ, ତହସିଲଦାର ପରମାନନ୍ଦ ଖଣ୍ଡେଇ,ବ୍ଲକ ଅଧ୍ୟକ୍ଷା ରୀନା ନାଏକ, ଉପାଧ୍ୟକ୍ଷା ଛବିରାଣୀ ସେଠୀ ପ୍ରମୁଖ ଏଠାରେ ଉପସ୍ଥିତ ଥିଲେ।


No comments

Powered by Blogger.