Header Ads

Header ADS

ତାଳ ଗଛରେ ପିଟିହେଲା ବାଇକ: ୨ ମୃତ, ଜଣେ ଗୁରୁତର

Accident-

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ କୋକୋମୁଣ୍ଡା ନିକଟରେ ଏକ ମର୍ମନ୍ତୁଦ ସଡକ ଘଟିଛି। ରବିବାର ରାତି ୧୦ ଘଣ୍ଟା ସମୟରେ କେସିଙ୍ଗା ପଟରୁ ଏକ ବାଇକ ଯୋଗେ ତିନିଜଣ ଭବାନୀପାଟଣା ପଟକୁ ଆସୁଥିବା ବେଳେ କୋକୋମୁଣ୍ଡା ବୁଲାଣି ନିକଟରେ ଥିବା ଏକ ତାଳ ଗଛରେ ପିଟି ହେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି। ମୃତକ ହେଲେ ସମ୍ବଲପୁର ଅଞ୍ଚଳର ନିଶାନ୍ତ ଦାସ ଓ ଚତୁର୍ଭୁଜ। ଗୁରୁତର ଜଣକ ହେଲେ ଧର୍ମଗଡ ବେହେରା ଅଞ୍ଚଳର ଅଶୋକ ନାଏକ। ଗୁରୁତର ଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ କେସିଙ୍ଗା ପୋଲିସ ପହଞ୍ଚି ତଦନ୍ତ ଜାରି ରହିଥିବା ଜଣାପଡିଛି।



No comments

Powered by Blogger.