Header Ads

Header ADS

ମଦ ପିଇବାକୁ ଟଙ୍କା ନଦେବାରୁ ବାପାଙ୍କୁ ହତ୍ୟା କଲା ପୁଅ


ପାଟଣା : ମଦ ପିଇବାକୁ ଟଙ୍କା ନଦେବାରୁ ନିଜ ବାପାଙ୍କୁ ଲୁହା ପାଇପରେ ପିଟିପିଟି ମାରି ଦେଇଛି ପୁଅ। ଏଭଳି ଅଭାବନୀୟ ଓ ସ୍ପର୍ଶକାତର ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଅଙ୍ଗିକଳା ଗ୍ରାମରେ। ମୃତକ ଜଣଙ୍କ ହେଲେ ସୀତାରାମ ବେଣ୍ଟକାର(୪୮)।

ସୀତାରାମଙ୍କୁ ତାଙ୍କ ପୁଅ ପରମା(୨୪) ଗୁରୁବାର ସଂଧ୍ୟାରେ ମଦ ପିଇବାକୁ କିଛି ଟଙ୍କା ମାଗିଥିଲା। ଏହାକୁ ନେଇ ବାପାପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପୁଅ ପରମା ଏକ ଲୁହା ପାଇପରେ ବାପା ସୀତାରାମଙ୍କୁ ଆକ୍ରମଣ କରିଥିଲା। ଲୁହାପାଇପ୍ ମାଡ଼ରେ ବାପା ସୀତାରାମ ଲହୁଲୁହାଣ ହେବା ସହିତ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଖବରପାଇ ତୁରୁମୁଙ୍ଗା ପୁଲିସ ମଦନମୋହନ ନାଏକ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇବା ସହିତ ତଦନ୍ତ ଜାରି ରଖିଛି।

The post ମଦ ପିଇବାକୁ ଟଙ୍କା ନଦେବାରୁ ବାପାଙ୍କୁ ହତ୍ୟା କଲା ପୁଅ first appeared on Sambad.

No comments

Powered by Blogger.