Header Ads

Header ADS

ଶହୀଦ ବିକ୍ରମଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଶେଷକୃତ୍ୟ

କୁଆଁପାଳ: ଛତିଶଗଡ ଦାନ୍ତେୱାଡେ ଠାରେ କାର୍ଯ୍ୟରତ ସୀମା ସୁରକ୍ଷା ବଳ ଯବାନ ବିକ୍ରମ କେଶରୀ ବଳଙ୍କ ମର ଶରୀରକୁ ସମ୍ମାନର ସହ ଅଣାଯାଇଛି। ଯାଜପୁର ଜିଲ୍ଲା ଛତିଆ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କ ମରଶରୀରଙ୍କୁ ଅଣାଯାଉଥିବା ବେଳେ ପ୍ରତି ଛକ ବଜାର ଓ ରାସ୍ତା କଡରେ ଲୋକମାନେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ତାଙ୍କ ଜନ୍ମ ମାଟି କଟକ ଜିଲ୍ଲା ମାହାଙ୍ଗା ବ୍ଲକର ମୁଳବସନ୍ତ ପଞ୍ଚାୟତ ସିପୁରା ଗାଁରେ ପହଂଚିଲା ପରେ ତାଙ୍କ ବାସଭବନରେ ଆତ୍ମୀୟ ସ୍ୱଜନ ଓ ଗ୍ରାମବାସୀମାନେ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ପୁନର୍ବାର ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ସ୍ମଶାନକୁ ନିଆଯାଇଥିଲା। ସେନା ବାହିନୀର ଏକ ସ୍ୱତନ୍ତ୍ର ଗାଡ଼ିରେ ଶହୀଦ ବିକ୍ରମଙ୍କ ପାର୍ଥିବ ଶରୀରକୁ କଲ୍ୟାଣପୁର ଛକ ଠାରୁ ତାଙ୍କ ଜନ୍ମମାଟି ସିପୁରାକୁ ଏକ ପଟୁଆରରେ ନିଆଯାଇଥିଲା। ଜନ୍ମମାଟିରେ ଅତ୍ୟନ୍ତ ଶୋକାକୂଳ ପରିବେଶ ମଧ୍ୟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଏହି ବୀର ଯବାନ ବିକ୍ରମ କେଶରୀଙ୍କ ଅନ୍ତିମ ସଂସ୍କାର କରାଯାଇଛି।

ସୂଚନା ଅନୁଯାୟୀ, ଛତିଶଗଡ଼ ଦନ୍ତୱେଡା ଠାରେ ସିଆରପିଏଫ କ୍ୟାମ୍ପରେ ଥିବା ଯବାନ ବିକ୍ରମ ସାହୁ ମାଓ ଦମନରେ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରୁଥିଲେ। ତେବେ ମଙ୍ଗଳବାର ସକାଳେ ଡିଉଟିରେ ଥିବା ସମୟରେ ସେ ଛାତିରେ ଯନ୍ତ୍ରଣା ହେବାରୁ ଅସୁସ୍ଥତା ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ ଷାଠିଏ କିଲୋମିଟର ଦୂରରେ ଥିବା ସେନାର ଡିଷ୍ଟ୍ରିକ ହେଡ କ୍ଵାଟର ହସ୍ପିଟାଲକୁ ନିଆଯାଉଥିବା ବେଳେ ହସ୍ପିଟାଲ ଠାରୁ କୋଡିଏ କିଲୋମିଟର ପୂର୍ବରୁ ବାଟରେ ବିକ୍ରମଙ୍କ ମୃତ୍ୟୁ ଘଟିଥିଲା। ଶହୀଦ ଯବାନ ବିକ୍ରମ ସାହୁ ଦୀର୍ଘ ୧୦ ବର୍ଷ ତଳୁ ସେନା ବାହିନୀରେ ଭର୍ତ୍ତି ହୋଇଥିଲେ। ପିଲାଟି ଦିନରୁ ଦେଶ ମାତୃକାର ସେବା ଓ ସୁରକ୍ଷା ପାଇଁ ସେନା ବାହିନୀରେ ସାମିଲ ପାଇଁ ବିକ୍ରମ ସ୍ବପ୍ନ ଦେଖିଥିଲେ। ଜାମ୍ମୁ କାଶ୍ମୀର ଠାରୁ ଆରମ୍ଭ କରି ପଞ୍ଜାବ ଓ ଛତିଶଗଡ଼ ଅଂଚଳରେ ଅତି ସଫଳତାର ସହିତ ନିଜ କାର୍ଯ୍ୟ ଦକ୍ଷତାର ପରିଚୟ ଦେଇଥିବା ଏହି ବୀର ଯବାନଙ୍କ ବିୟୋଗରେ ମାହାଙ୍ଗା ଅଂଚଳରେ ଶୋକର ଛାୟା ଖେଳିଯାଇଛି।



No comments

Powered by Blogger.