Header Ads

Header ADS

ସ୍ୱର୍ଗତ ସାମ୍ବାଦିକ ବିଶ୍ୱଜିତ ପୃଷ୍ଟିଙ୍କ ପରିବାରକୁ ସହାୟତା ମଞ୍ଜୁର କଲେ ରାଜ୍ୟ ସରକାର

ବୌଦ୍ଧ: ବୌଦ୍ଧ ଜିଲାର ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ବିଶ୍ୱଜିତ ପୃଷ୍ଟିଙ୍କ ପରିବାରକୁ ରାଜ୍ୟ ସରକାର ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି। କନକ ଟିଭିର ଜିଲା ପ୍ରତିନିଧି ଭାବେ କାମ କରୁଥିବା ସ୍ୱର୍ଗତ ବିଶ୍ୱଜିତ ପୃଷ୍ଟି ଆଠମଲିକ ଅଂଚଳରୁ ସମ୍ବାଦ ସଂଗ୍ରହ କରି ବାଇକରେ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇଥିଲେ। ସରକାରଙ୍କ ନିୟମ ପ୍ରକାରେ ରାଜ୍ୟ ସରକାରଙ୍କ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ସହାୟତା ତାଙ୍କ ପରିବାରକୁ ପ୍ରଦାନ କରିବା ପାଇଁ ଜିଲା ସାମ୍ବାଦିକ ସଂଘ ଓ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତିଙ୍କ ପକ୍ଷରୁ ନିବେଦନ କରାଯାଇ ସମସ୍ତ କାଗଜପତ୍ର ଦାଖଲ କରାଯାଇଥିଲା।

ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଏବଂ ଜିଲାପାଳ ଏଥିପାଇଁ ଆବଶ୍ୟକ ଅନୁମୋଦନ କରିଥିଲେ । ସହାୟତା ମଞ୍ଜୁର କରାଯାଇଥିବା ଖବର ଜଣାପଡିବା ପରେ ସାମ୍ବାଦିକମାନଙ୍କ ପକ୍ଷରୁ ଏବଂ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟ ସଂଘ, ରାଜ୍ୟ ସଭାପତି ବିଭୁତି ଭୂଷଣ କର, ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।



No comments

Powered by Blogger.