Header Ads

Header ADS

କଂଗ୍ରେସ ନେତା ଉମା ରଥଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ଆଠଗଡ: ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଆଠଗଡରେ ପ୍ରବାହିତ ସାପୁଆ ଓ କଣ୍ଟିଆ ନଦୀରେ ବନ୍ୟା ବିତ୍ପାତ ସୃଷ୍ଟି କରିଛି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଆଠଗଡ ଓ ତିଗିରିଆ ବ୍ଲକ ଅଞ୍ଚଳର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଆଠଗଡ ସହରର ୩ନଂ, ୪ନଂ ୱାର୍ଡ ଓ କନ୍ତୋଲର ୩ଟି ୱାର୍ଡ, ବ୍ଲକ ଅନ୍ତର୍ଗତ ଗୁଡୁପଡା ଓ ତିଗିରିଆ ବ୍ଲକ ଅନ୍ତର୍ଗତ ଭିରୁଡା ପଞ୍ଚାୟତ ବାଲିପାଟଣା ଗ୍ରାମକୁ ମଙ୍ଗଳବାର ଗସ୍ତକରି ବନ୍ୟାଯୋଗୁଁ ଦୁର୍ଦଶାରେ ରହୁଥିବା ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ। ସେମାନଙ୍କ ନିକଟରେ ପ୍ରଶାସନ ପକ୍ଷରୁ କୌଣସି ରିଲିଫ ପହଞ୍ଚିନଥିବାରୁ ଶ୍ରୀ ରଥ ଉଦ୍‍ବେଗ ପ୍ରକାଶ କରିଥିଲେ। କେତେକ ପ୍ରଭାବିତ ଅଞ୍ଚଳରେ ଶ୍ରୀ ରଥ ଅନ୍ୟ ଦଳୀୟ ନେତାମାନଙ୍କ ସହ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଶ୍ରୀ ରଥଙ୍କ ସହିତ ବ୍ଲକ କଂଗ୍ରେସ କୋଷାଧ୍ୟକ୍ଷ ଗଣେଶ୍ୱର ସ୍ୱାଇଁ, ତିଗିରିଆ କଂଗ୍ରେସ ଉପସଭାପତି ମନୋରଞ୍ଜନ ସାହୁ, ପୁରୁଷୋତ୍ତମ ବର୍ମା, ମନୋରଞ୍ଜନ ପଣ୍ଡା ଓ ମହେଶ ଦାସଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ଶୁଖିଲା ଖାଦ୍ୟ ବଣ୍ଟନରେ ସହଯୋଗ କରିଥିଲେ।



No comments

Powered by Blogger.