Header Ads

Header ADS

ସୁଲି ନାନୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ଚୌଦ୍ୱାର : ବିଶିଷ୍ଟ ସାହିତ୍ୟିକା, କବି, ସାମ୍ବାଦିକା, ସମାଜ ସେବୀ , ପ୍ରବୀଣ ସାରସ୍ୱତ ସାଧିକା ମନୋରମା ମହାପାତ୍ର( ସୁଲି ନାନୀ)ଙ୍କ ବିୟୋଗରେ ଚୌଦ୍ୱାର ଅଞ୍ଚଳର ବହୁ ସାହିତ୍ୟ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କ ତରଫରୁ ଶୋକ ବ୍ୟକ୍ତ କରା ଯାଇଛି । ଚୌଦ୍ୱାର ସାହିତ୍ୟ ସଂସଦ, ଡାଳିଯୋଡ଼ା ସାହିତ୍ୟ ସଂସଦ, ଅବସରପ୍ରାପ୍ତ ଶିକ୍ଷକ ସଂଘ,କୁଜିବରସ୍ଥିତ ସାଧୁ ସୁନ୍ଦର ସମିତି, ବରିଷ୍ଠ ନାଗରିକ ସଂଘ, ହିନ୍ଦ୍ ସେବକ ସଂଘ, ଚୌଦ୍ୱାର ପ୍ରେସ୍ କ୍ଲବ୍ ଆଦି ଅନୁଷ୍ଠାନ ଗୁଡ଼ିକ ଗଭୀର ଶୋକ ବ୍ୟକ୍ତ କରି ସମସ୍ତଙ୍କର ଆଦରର ସୁଲିନାନୀଙ୍କ ପରଲୋକ ଓଡ଼ିଶାର ଜନ ସାଧାରଣଙ୍କ ପାଇଁ ଅପୁରଣୀୟ କ୍ଷତି ବୋଲି ମତ ପ୍ରକାଶ କରିଛନ୍ତି। ପ୍ରେସ୍ କ୍ଲବ୍ ସଭାପତି ତଥା ଦାମୋଦର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଶୋକ ସଭାରେ କ୍ଲବର ସଦସ୍ୟମାନେ ସୁଲି ନାନୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି ଡାଳିଯୋଡ଼ା ସାହିତ୍ୟ ସଂସଦ ସଭାପତି କେ.ସି.ପ୍ରତାପସିଂହଙ୍କ ପୌରୋହିତ୍ୟରେ ଆୟୋଜିତ ଶୋକ ସଭାରେ ସଂଗଠନର ସଦସ୍ୟମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।



No comments

Powered by Blogger.