Header Ads

Header ADS

ବାଛୁରୀକୁ ଉଦ୍ଧାର କରିବାକୁ ଯାଇ ବନ୍ୟା ସ୍ରୋତରେ ଭାସିଗଲେ ବାପପୁଅ, ଅନ୍ୟ ୨ଜଣ ବର୍ତ୍ତିଗଲେ


ଯାଜପୁର/ବରୀ : ବ୍ରାହ୍ମଣୀ ନଦୀ ବନ୍ୟା ସ୍ରୋତରେ ଆଜି ବାପପୁଅ ୨ଜଣ ଭାସିଯାଇଛନ୍ତି। ବରୀ ବ୍ଲକ୍ ଅନ୍ତର୍ଗତ ବାଲିଆ ପଞ୍ଚାୟତ ଗଙ୍ଗାଧରପୁର ଗ୍ରାମର କିଶୋର ସିଂହ(୫୫) ଓ ପୁଅ କୈଳାସ ସିଂହ(୩୪) ରାତି ସୁଦ୍ଧା ନିଖୋଜ ଅଛନ୍ତି। ଆଜି ବ୍ରାହ୍ମଣୀ ନଦୀବନ୍ଧରେ କିଶୋର ଗାଈ ଚରାଉଥିଲେ। ମାଟିଆପଡ଼ାଠାରେ ହୋଇଥିବା ଘାଇର ବନ୍ୟାସ୍ରୋତରେ ବାଛୁରୀଟି ପଡ଼ିଯାଇଥିଲା। ବାଛୁରୀକୁ ଉଦ୍ଧାର କରିବାକୁ ଯାଇ କିଶୋର ସ୍ରୋତରେ ଭାସିଯାଇଥିଲେ। ବାପାଙ୍କୁ ଉଦ୍ଧାର କରିବାକୁ ପୁଅ କୈଳାସ ମଧ୍ୟ ନଦୀକୁ ଡେଇଁପଡ଼ିଥିଲେ। ବାଛୁରୀ ସହିତ ବାପା ଓ ପୁଅ ଉଭୟ ଭାସିଯାଇଥିଲେ।

ବାପାପୁଅଙ୍କୁ ଉଦ୍ଧାର କରିବାକୁ ସେଠାରେ ଥିବା ଅନ୍ୟ ୨ଜଣ ଉଦ୍ୟମ କରିିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ବରଂ ନିଶ୍ଚିତ ବିପଦରୁ ସେମାନେ ଅଳ୍ପକେ ବର୍ତ୍ତିଯାଇଥିଲେ। ଘଟଣାସ୍ଥଳରେ ଗ୍ରାମବାସୀ ଓ ଅଗ୍ନିଶମ କର୍ମଚାରୀଙ୍କର ଉଦ୍ୟମ ସତ୍ତ୍ବେ ନିଖୋଜ ବାପପୁଅଙ୍କର କୌଣସି ସନ୍ଧାନ ମିଳିପାରିନାହିଁ। ପ୍ରକାଶ ଥାଉକି କୈଳାସ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନିରେ କାମ କରନ୍ତି। ୨ବର୍ଷ ତଳେ ତାଙ୍କର ବିବାହ ହେଇଥିଲା। ତାଙ୍କର ଏକ ଶିଶୁପୁତ୍ର ରହିଛି। ଆଜିର ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳାଇ ଦେଇଛି।

The post ବାଛୁରୀକୁ ଉଦ୍ଧାର କରିବାକୁ ଯାଇ ବନ୍ୟା ସ୍ରୋତରେ ଭାସିଗଲେ ବାପପୁଅ, ଅନ୍ୟ ୨ଜଣ ବର୍ତ୍ତିଗଲେ first appeared on Sambad.

No comments

Powered by Blogger.