Header Ads

Header ADS

ବିଏମ୍‌ସି ବିନା ଅନୁମତିରେ ବାସଶୂନ୍ୟଙ୍କୁ ଖାଦ୍ୟ, ବସ୍ତ୍ର ଦେବା ମନା

ଭୁବନେଶ୍ବର: ଏଣିକି ବିଏମ୍‌ସିର ବିନା ଅନୁମତିରେ ବାସଶୂନ୍ୟଙ୍କୁ ଖାଦ୍ୟ ତଥା ବସ୍ତ୍ର ବଣ୍ଟନ କରିପାରିବେ ନାହିଁ। ବ୍ୟକ୍ତିବିଶେଷ ଏବଂ ସଂସ୍ଥା ଅନୁମତି ନେଇ ବିଏମ୍‌ସି ପରିଚାଳିତ ଆଶ୍ରୟସ୍ଥଳୀ ଅନ୍ତେବାସୀଙ୍କୁ ଖାଦ୍ୟ, ବସ୍ତ୍ର ଦାନ କରି ପାରିବେ। ଯେଉଁମାନେ ଏହ ନିୟମ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।
ବାସଶୂନ୍ୟ ଲୋକଙ୍କୁ ଖାଦ୍ୟ ଏବଂ ବସ୍ତ୍ର ଦେବା ଦ୍ବାରା ସେମାନେ ରାସ୍ତା କଡ଼ ଛାଡ଼ି ବିଏମ୍‌ସି ଆଶ୍ରୟସ୍ଥଳୀକୁ ଯିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ବହୁବାର ସଚେତନତା ପରେ ମଧ୍ୟ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆସୁନାହିଁ। ଫଳରେ ଭୁବନେଶ୍ବର ଭିକ୍ଷାବୃତ୍ତି ମୁକ୍ତ ସହର ହେବା ପ୍ରୟାସ ବିଫଳ ହେଉଛି। ବିଏମ୍‌ସି ଏଥିରେ ଲୋକଙ୍କ ସହଯୋଗ ଲୋଡ଼ିବା ସହିତ ଅନୁମତି ନେଇ ନିରାଶ୍ରୟଙ୍କୁ ଖାଦ୍ୟ/ବସ୍ତ୍ର ଦାନ କରିବାକୁ ଅନୁରୋଧ କରିଛି।



No comments

Powered by Blogger.