Header Ads

Header ADS

ନନ୍ଦନକାନନରେ ଅାରମ୍ଭ ହେଲା ନୌକାବିହାର


ବାରଙ୍ଗ: ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। କାଞ୍ଜିଆ ହ୍ରଦରେ ପୁଣି ଆରମ୍ଭ ହୋଇଛି ନୌକାବିହାର। ଦୀର୍ଘ ୧୦ ମାସ ପରେ ପର୍ଯ୍ୟଟକମାନଙ୍କୁ ଏଠାରେ ନୌକାବିହାରର ମଜା ମିଳିବ। ଆଜିଠାରୁ କର୍ତ୍ତୃପକ୍ଷ ଏହି ମନୋରଞ୍ଜନ କାର୍ଯ୍ୟକ୍ରମର ପୁନରାରମ୍ଭ କରିଛନ୍ତି। ତେଣୁ ଆଜି ନନ୍ଦନକାନନ ବୁଲି ଆସିଥିବା ପର୍ଯ୍ୟଟକମାନେ ନୌକାବିହାର ସୁଯୋଗ ପାଇ ଖୁସିରେ ଫେରିଛନ୍ତି। କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ଏବେ ସୂର୍ଯ୍ୟାସ୍ତ ପୂର୍ବରୁ ଅଧଘଣ୍ଟା ପାଇଁ ଏହି ସେବା ଉପଲବ୍‌ଧ ହେବ। ଅସ୍ତଗାମୀ ସୂର୍ଯ୍ୟର ରକ୍ତିମ କିରଣ କାଞ୍ଜିଆ ହ୍ରଦର ନୀଳ ଜଳରାଶିରେ ତରଙ୍ଗାୟିତ ହେବାର ଦୃଶ୍ୟ ପର୍ଯ୍ୟଟକମାନେ ମନଭରି ଉପଭୋଗ କରିବେ। ଦୁଇ ସିଟ୍‌ ବିଶିଷ୍ଟ ବୋଟ୍‌ ପାଇଁ ୫୦ ଟଙ୍କା, ୪ ସିଟ୍‌ ବିଶିଷ୍ଟ ବୋଟ୍‌ ପାଇଁ ୧୦୦ ଟଙ୍କା ଓ ଫ୍ୟାମିଲି ବୋଟ୍‌ ପାଇଁ ୧୫୦ ଟଙ୍କା ଟିକେଟ ମୂଲ୍ୟ ଧାର୍ଯ୍ୟ କରାଯାଇଛି ବୋଲି ଉପନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଆଜି ଏହି ସେବା ଆରମ୍ଭ ହେବା ପରେ ବହୁ ପର୍ଯ୍ୟଟକ ପ୍ରାକୃତିକ ପରିବେଶ ଭରା ଏହି ହ୍ରଦର ମନୋରମ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ସେଲଫି ନେଉଥିବା ଦେଖିବାକୁ ମିଳିଥିଲା। ତେଣୁ ଏଣିକି ନନ୍ଦନକାନନକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

The post ନନ୍ଦନକାନନରେ ଅାରମ୍ଭ ହେଲା ନୌକାବିହାର first appeared on Sambad.


No comments

Powered by Blogger.