Header Ads

Header ADS

ନିରାଶ୍ରୟଙ୍କୁ ମାଗଣା ଖାଦ୍ୟ ନୁହେଁ, ଆଶ୍ରୟସ୍ଥଳୀ ଦିଆଯାଉ


ଭୁବନେଶ୍ବର : ବିନା ଅନୁମତିରେ ରାସ୍ତା କଡ଼ରେ ରହୁଥିବା ଲୋକଙ୍କୁ କେହି ମାଗଣା ଖାଦ୍ୟ ବାଣ୍ଟିପାରିବେନି ବୋଲି ବିଏମ୍‌ସି ବିଜ୍ଞପ୍ତି ଜାରି କରିବା ପରେ ଏହାକୁ ନେଇ ରାଜଧାନୀରେ ଚର୍ଚ୍ଚା ଜୋର୍‌ ଧରିଛି। ବିଏମ୍‌ସି ଏହି ନିଷ୍ପତ୍ତି ନେବା ପଛରେ ଯୁବ ଉତ୍କଳ ଫାଉଣ୍ଡେସନ୍‌ର ଭୂମିକା ଅଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଫାଉଣ୍ଡେସନ୍ ପକ୍ଷରୁ କୁହାଯାଇଛି ଯେ, ଗତ ୮ତାରିଖରେ ଆମେ ବିଏମ୍‌ସି କମିସନରଙ୍କୁ ଚିଠି ଲେଖି ଅବଗତ କରିଥିଲୁ ଯେ, ନିରାଶ୍ରୟ ଓ ବାସହରାଙ୍କୁ ମାଗଣାରେ ଖାଦ୍ୟ ଓ ବସ୍ତ୍ର ମିଳିଯାଉଥିବାରୁ ସେମାନେ ଆଶ୍ରୟସ୍ଥଳକୁ ଯାଉନାହାନ୍ତି। ତେଣୁ ଯିଏ ବିଏମ୍‌ସି ବିନା ଅନୁମତିରେ ଏହି କାର୍ଯ୍ୟ କରୁଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏହାପରେ ବିଏମ୍‌ସି ପକ୍ଷରୁ ଗତ ୧୨ ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଯୁବ ଉତ୍କଳ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଦେବାଶିଷ ଜେନା କହିଛନ୍ତି ଯେ, ଯଦି ଭୁବନେଶ୍ବର ସାଂସଦ ନିରାଶ୍ରୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ସେମାନଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ କରନ୍ତୁ। ଯେଉଁଠାରେ ସେମାନେ ସମସ୍ତ ପ୍ରକାରର ସୁବିଧା ପାଇପାରିବେ ଓ ସୁସ୍ଥ ଜୀବନ ବିତାଇପାରିବେ।

The post ନିରାଶ୍ରୟଙ୍କୁ ମାଗଣା ଖାଦ୍ୟ ନୁହେଁ, ଆଶ୍ରୟସ୍ଥଳୀ ଦିଆଯାଉ first appeared on Sambad.


No comments

Powered by Blogger.