Header Ads

Header ADS

ନିଜର ୪ ଅଧିକାରୀଙ୍କ ବିରୋଧରେ ସିବିଆଇ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଲାଞ୍ଚ ନେବା ଅଭିଯୋଗରେ ସିବିଆଇ ଏହାର ଦୁଇ ଅଧିକାରୀଙ୍କୁ ନିଲମ୍ବିତ କରିଛି। ଅନ୍ୟ ଦୁଇ ଅଧିକାରୀଙ୍କ ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସାଢ଼େ ୩ହଜାର କୋଟି ଟଙ୍କାର ଏକ ବ୍ୟାଙ୍କ ଜାଲିଆତି ମାମଲାର ତଦନ୍ତ କରୁଥିବା ଏହି ଅଧିକାରୀମାନେ ମାମଲାକୁ ଚପାଇଦେବା ପାଇଁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ସେମାନଙ୍କ ବିରୋଧରେ ଏତଲା ଦାୟର କରାଯାଇଛି। ବୁଧବାର ଓ ଗୁରୁବାର ସମ୍ପୃକ୍ତ ଅଧିକାରୀଙ୍କର ଗାଜିଆବାଦ, ନଏଡ଼ା, ଦିଲ୍ଲୀ, ଗୁଡ଼ଗାଓଁ, ମିରଟ ଓ କାନପୁରସ୍ଥିତ ବାସଭବନ ସହିତ ୧୪ଟି ସ୍ଥାନରେ ସିବିଆଇ ଚଢ଼ଉ କରିଥିଲା। ଅଭିଯୁକ୍ତ ଅଧିକାରୀମାନେ ହେଉଛନ୍ତି ଗାଜିଆବାଦରେ ନିଯୁକ୍ତ ଡିଏସ୍‌ପି ଆର.କେ ଋଶି ଓ ଆର.କେ ସଙ୍ଗୱାନ। ଅନ୍ୟ ଦୁଇ ଜଣ ହେଉଛନ୍ତି ଇନ୍ସପେକ୍ଟର କପିଳ ଧନକଡ଼ ଓ ଷ୍ଟେନୋଗ୍ରାଫର ସମୀର କୁମାର ସିଂହ। ସଙ୍ଗୱାନ ୧୦ଲକ୍ଷ ଓ ଋଷି ୧୫ଲକ୍ଷ ଟଙ୍କା ଲାଞ୍ଚ ନେଇଥିବାବେଳେ ଧନକଡ଼ ଓ ସିଂହ ଅଢ଼େଇ ଲକ୍ଷ ଲେଖାଏଁ ଲାଞ୍ଚ ନେଇଥିବା ଅଭିଯୋଗରୁ ଜଣାପଡ଼ିଛି।



No comments

Powered by Blogger.