Header Ads

Header ADS

ସୁସ୍ଥ ହେଲେ ରେମୋ


ବଲିଉଡ୍‌ର ଖ୍ୟାତନାମା କୋରିଓଗ୍ରାଫର୍ ଓ ଫିଲ୍ମ ନିର୍ମାତା ରେମୋ ଡିସୁଜା ସୁସ୍ଥ ହୋଇ ମେଡିକାଲ୍‌ରୁ ଫେରିଛନ୍ତି। ହୃଦ୍‌ଘାତର ଶିକାର ହୋଇଥିବା ରେମୋ ମେଡିକାଲ୍‌ରୁ ଆସୁ ଆସୁ ବର୍ତ୍ତମାନ ଫିଟ୍‌ନେସ୍‌କୁ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳିଛି। ଜିମ୍‌ରେ ରେମୋ ଭାରୋତ୍ତୋଳନ କରୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଏହାସହ ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି, ପ୍ରତ୍ୟାବର୍ତ୍ତନ ସର୍ବଦା ଶକ୍ତିଶାଳୀ ହୋଇଥାଏ। ଧୀରେ ହେଉ ପଛେ, ନିଶ୍ଚିତ ଭାବେ ଏହା ହେବ ବୋଲି ରେମୋ ଉଲ୍ଲେଖ କରିଛନ୍ତି। ଭିଡିଓରେ ରେମୋଙ୍କ ସହ ଜଣେ ସ୍ବାସ୍ଥ୍ୟ ପରାମର୍ଶଦାତା ତାଙ୍କ ସ୍ବାସ୍ଥ୍ୟାବସ୍ଥା ପରଖିବା ପାଇଁ ତାଙ୍କ ପାଖରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।

The post ସୁସ୍ଥ ହେଲେ ରେମୋ first appeared on Sambad.


No comments

Powered by Blogger.