Header Ads

Header ADS

ଆପାର୍ଟମେଣ୍ଟ ଭିତରେ ଚାଲେ ରେଳ

ବହୁଳ ଜନସଂଖ୍ୟାର ଦେଶ ଚୀନ୍‌‌ରେ ବିଚିତ୍ର ଘଟଣାମାନ ଦେଖିବାକୁ ମିଳେ। ଚୋରା, ନକଲି ଜିନିଷର ଗନ୍ତାଘର ଭାବେ ଜଣାଯାଉଥିବା ଚୀନ୍‌‌‌ର କେତେକ ପ୍ରାନ୍ତରେ ଆପାର୍ଟମେଣ୍ଟ ଭିତର ଦେଇ ରେଳ ଚଳାଚଳ କରେ। ଦକ୍ଷିଣ-ପୂର୍ବ ଚୀନ୍‌ର ଚୋଙ୍ଗ୍‌କିଙ୍ଗ୍‌ରେ ୧୯ ମହଲାର ଆପାର୍ଟମେଣ୍ଟ ଭିତରେ ଦେଇ ରେଳ ରାସ୍ତା ରହିଛି, ସ୍ଥାନାଭାବ କାରଣରୁ ପ୍ରଶାସନ ଏଭଳି ପଦକ୍ଷେପ ୨୦୧୬ରେ ନେଇଥିଲା। ପ୍ରଥମେ ଆପାର୍ଟମେଣ୍ଟ ସେଠାରେ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ଲୋକଙ୍କୁ ବାସହୀନ କରିବାର ସପକ୍ଷରେ ସ୍ଥାନୀୟ ମେୟର ନଥିଲେ। ପ୍ରଶାସନକୁ ଅନୁରୋଧ କରି ସେ ବରଂ ଆପାର୍ଟମେଣ୍ଟ ଭିତରେ ଦେଇ ରେଳ ଚଳାଚଳର ପ୍ରସ୍ତାବ ଦେଇଥିଲେ, ଯାହା ପରେ ଗ୍ରହଣ କରାଯାଇଥିଲା। ୨୦୧୭ରୁ ସେହି ଆପାର୍ଟମେଣ୍ଟ ଭିତରେ ରେଳ ଯା-ଆସ କରିବା ସହ ଲୋକଙ୍କ ରହଣିଶୈଳୀରେ ଯେପରି ବିଘ୍ନ ନ ଆସେ, ସେଥିପାଇଁ ରେଳ କର୍ତ୍ତୃପକ୍ଷ ମଧ୍ୟ ସଚେତନ ହେଲେ। ଆପାର୍ଟମେଣ୍ଟ ଭିତରେ ରେଳ ପ୍ରବେଶ କରିବା ମାତ୍ରେ ଏହାର ସମସ୍ତ କାଚ ଝରକା, କବାଟର ରଙ୍ଗ କଳା ହୋଇଯାଏ। ରେଳଯାତ୍ରୀ ଆପାର୍ଟମେଣ୍ଟ ଭିତରେ ଚଳପ୍ରଚଳ କରୁଥିବା​‌ ଲୋକଙ୍କୁ ଯେପରି ନ ଦେଖିବେ, ସେଥିପାଇଁ ରେଳରେ ଏଳଭି ସେନ୍‌ସର୍ ଲଗାଯାଇଛି। ଚୀନର ତତ୍କାଳୀନ ରେଳ ଅଧିକାରୀ ଟିଂ ଜୋଇନୁଙ୍କ ମତରେ ସ୍ଥାନ ଅଭାବ କାରଣରୁ ସେମାନେ ଆପାର୍ଟମେଣ୍ଟ ଭିତର ଦେଇ ରାସ୍ତା ତିଆରି କଲେ। ଏସବୁ ଭିତରେ ଆପାର୍ଟମେଣ୍ଟ ବାସିନ୍ଦାଙ୍କ ବ୍ୟକ୍ତିଗତ ଜୀବନଶୈଳୀ ଯେପରି ପ୍ରଭାବିତ ନ ହେଉ, ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି।



No comments

Powered by Blogger.