Header Ads

Header ADS

ଓଡ଼ିଶାରେ ପୋଷାକ ଉତ୍ପାଦନ ପାଇଁ ‘ଏମ୍‌ଜିଏମ୍‌’ର ବଡ଼ ଯୋଜନା, ପଙ୍କଜ ଲୋଚନ ମହାନ୍ତି


ଖଣି, ଧାତବ ବ୍ୟବସାୟ ଏବଂ କ୍ରୀଡ଼ା ଭିତରେ ସେଭଳି କୌଣସି ସିଧାସଳଖ ସମ୍ପର୍କ ନାହିଁ। ଏହା ସତ୍ତ୍ବେ ଏହି ଦୁଇ କ୍ଷେତ୍ର ସହ ଜଡ଼ିତ ରହି ବେଶ୍‌ ସୁନାମ ଅର୍ଜନ କରିଛନ୍ତି ଏମ୍‌ଜିଏମ୍‌ ମିନେରାଲ୍‌ସ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ଓଡ଼ିଶା କ୍ରିକେଟ ସଂଘର ସଭାପତି ପଙ୍କଜ ଲୋଚନ ମହାନ୍ତି। ନିଜ ସଂସ୍ଥାର ଭବିଷ୍ୟତ ଯୋଜନା ଏବଂ ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ସେ ଯେଉଁ ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି

ଲୁହାପଥର, ମାଙ୍ଗାନିଜ ଖଣିର ସ୍ଥିତି କିଭଳି ରହିଛି?
ଆମର ବାର୍ଷିକ ୧.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଲୁହାପଥର ଖଣି ରହିଛି। ଆମେ ଗୁଣାତ୍ମକ ଲୁହାପଥର ଉତ୍ପାଦନ କରୁଛୁ। ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ ତରଫରୁ ଏହାକୁ ୪-ତାରକା ରେଟିଂ ଦିଆଯାଇଛି ଏବଂ ଏହି ଖଣିକୁ ଆଇଏସ୍‌ଓ ୪୫୦୦୧:୨୦୧୮, ଆଇଏସ୍‌ଓ ୯୦୦୧:୨୦୧୫, ଆଇଏସ୍‌ଓ ୧୪୦୦୧: ୨୦୧୫ ମାନ୍ୟତା ମିଳିଛି।
ଏମ୍‌ଜିଏମ୍‌ର ଢେଙ୍କାନାଳ ସ୍ଥିତ ଇସ୍ପାତ କାରଖାନା ସମ୍ପ୍ରସାରଣ ପାଇଁ କିଛି ଯୋଜନା ଅଛି କି?
ଢେଙ୍କାନାଳର ନିମିଢ଼ା ଠାରେ ଆମେ ୩୫୦ ଟନ୍ କ୍ଷମତା ବିଶିଷ୍ଟ ସ୍ପଞ୍ଜ ଆଇରନ୍ ଓ ୮ ମେଗାୱାଟ୍ ପାୱାର ପ୍ଲାଣ୍ଟ୍‌ ସ୍ଥାପନ କରିଛୁ। ଆମେ ‌୦.୨୫ ନିୟୁତ ଟନ୍ ଇସ୍ପାତ ଟିଏମ୍‌ଟି ରଡ୍ ଓ ଓୟାର ରଡ୍ ଉତ୍ପାଦନ କରିବା ଲାଗି ୧୦୦୦ ଲୋକଙ୍କୁ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ଦେଇ ଏହି କାରଖାନାକୁ ଏକ ମିନି ଷ୍ଟିଲ୍‌ ପ୍ଲାଣ୍ଟ୍‌ରେ ରୂପାନ୍ତରିତ କରୁଛୁ।
ସୌର ଓ ପବନ ଶକ୍ତି ପ୍ରକଳ୍ପକୁ ନେଇ କ’ଣ ଯୋଜନା ରଖିଛନ୍ତି?
ଆମ କଂପାନି ୧୦ ମେଗାୱାଟ୍‌ର ଏକ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରିବାକୁ ଯୋଜନା ରଖିଛି। ଏଥି ସହିତ ଏକ ପୋଷାକ ଉତ୍ପାଦନ କାରଖାନା ସ୍ଥାପନ କରୁଛୁ ଯେଉଁଥିରେ ୧୦୦୦ରୁ ଅଧିକ ମହିଳାଙ୍କୁ ନିଯୁକ୍ତି ମିଳିବ। ବୟନ କ୍ଷେତ୍ରକୁ ନେଇ ଆମର ବଡ଼ ଯୋଜନା ରହିଛି। ଭଦ୍ରକ ବୟନ ପାର୍କରେ ମଧ୍ୟ ଆମେ ନୂଆ ୟୁନିଟ୍ ସ୍ଥାପନ କରିବୁ। ବୌଦ୍ଧ‌ରେ ଏକ ଇଥାନଲ୍ କାରଖାନା ବସାଇବାକୁ ଆମ କଂପାନି ଯୋଜନା ରଖିଛି।
ହାଇ-ଟେକ୍ ଉଦ୍ୟାନ କୃଷି ଓ କୃଷି ପ୍ରକ୍ରିୟାକରଣ କ୍ଷେତ୍ରରେ ଏମ୍‌ଜିଏମ୍‌ ସକ୍ରିୟ ରହିଛି। ଏହି କ୍ଷେତ୍ରକୁ ନେଇ କ’ଣ ଯୋଜନା ରଖିଛନ୍ତି?
ଆମର ଏକ ସହଯୋଗୀ କଂପାନି ପନିପରିବା ପ୍ରକ୍ରିୟାକରଣ, ବିଭିନ୍ନ ଅନୁଷ୍ଠାନକୁ ପ୍ରକ୍ରିୟାକରଣ ହୋଇଥିବା ପନିପରିବା ଯୋଗାଣ ଏବଂ ଅନ୍‌ଲାଇନ୍‌ରେ ପନିପରିବା ବିକ୍ରି କରି ୨୦୧୩ ପରଠାରୁ ଚାଷୀଙ୍କୁ ଗ୍ରାହକଙ୍କ ସହିତ ଯୋଡ଼ିଛି।
ଆପଣଙ୍କୁ କାହିଁକି ‘ସଙ୍କଟ ସମୟର ବଦାନ୍ୟ ବ୍ୟକ୍ତି’ କୁହାଯାଉଛି? ଏହା ପଛର କାରଣ କ’ଣ?
ଲୋକମାନଙ୍କୁ ଜରୁରୀ ଏବଂ ସଙ୍କଟ ସମୟରେ ସାହାଯ୍ୟ କରିବା ହେଉଛି ମୋର ଏକ ଝୁଙ୍କ୍‌। ଏହା ଆପେ ହୋଇଯାଏ। ଲୋକମାନଙ୍କୁ ସାହାଯ୍ୟ କରିବାରେ ମୁଁ ଆନନ୍ଦ ଓ ସନ୍ତୁଷ୍ଟି ପାଇଥାଏ। ମୁଁ ଭାବୁଛି ଏହା ମୋ ପ୍ରତି ଭଗବାନଙ୍କ ବରଦାନ।
ଆପଣ ଜଣେ ସଂସ୍କୃତି ପ୍ରେମୀ। ସଂସ୍କୃତିକୁ ଏଭଳି ଭଲ ପାଇବା ପଛର କାରଣ କ’ଣ?
ଇତିହାସ କହୁଛି ଆମ ରାଜ୍ୟର ସଂସ୍କୃତି ଓ ଐତିହ୍ୟ ସମୃଦ୍ଧ ଥିଲା ଯାହା ଆମର ପ୍ରାଚୀନ ମନ୍ଦିରଗୁଡ଼ିକରେ ଦୃଶ୍ୟମାନ ହେଉଛି। ସେଥିପାଇଁ ଆମେ ଆମର ସଂସ୍କୃତି ଓ ଐତିହ୍ୟକୁ ରାଜ୍ୟ ଓ ଦେଶ ବାହାରେ ପ୍ରସାର କରିବାକୁ ନିଷ୍ପତ୍ତି ନେଇଛୁ। ମୁଁ ବ୍ୟକ୍ତିଗତ ଭା‌ବେ ରାଜ୍ୟର ବିଭିନ୍ନ ସ‌ାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ଅଛି।
ଓଡ଼ିଶା ଟି-୨୦ କ୍ରିକେଟ୍‌ ଲିଗ୍‌ ଆପଣଙ୍କର ଏକ ଅଭିଯାନ। ଏହା କିଭଳି ଚାଲିଛି?
ଆମ କଂପାନି ହେଉଛି ଓଡ଼ିଶା ଟି-୨୦ କ୍ରିକେଟ୍‌ ଲିଗ୍‌ର ଟାଇଟଲ୍‌ ପ୍ରାୟୋଜକ। ଟିସିଏମ୍‌ ସହଯୋଗରେ ଓଡ଼ିଶା କ୍ରିକେଟ୍ ସଂଘ ତରଫରୁ ଏହାକୁ ଆୟୋଜନ କରାଯାଉଛି। ନିଜର ପ୍ରତିଭା ପ୍ରଦର୍ଶନ କରିବା ଏବଂ ରାଜ୍ୟ ତଥା ଦେଶ ପାଇଁ ଖେଳିବା ସୁଯୋଗ ପାଇବା ଲାଗି ଯୁବ କ୍ରିକେଟ୍ ଖେଳାଳିଙ୍କ ପାଇଁ ଏହା ଏକ ଶ୍ରେଷ୍ଠ ମଂଚ। ଏକ ଫ୍ୟାନ୍‌କୋଡ୍ ଆପ୍‌ ଜରିଆରେ ଲୋକମାନେ ମ୍ୟାଚ୍‌ଗୁଡ଼ିକୁ ଦେଖୁଛନ୍ତି।
ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ଆପଣ ଆଉ କ’ଣ ଯୋଜନା ରଖିଛନ୍ତି?
ଆମ କଂପାନି ରାଜ୍ୟରେ ଏକ ‌କ୍ରୀଡ଼ା ଏକାଡେମି ସ୍ଥାପନ କରିବାକୁ ଚାହୁଛି ଯେଉଁଥିପାଇଁ ଜମି ଅଧିଗ୍ରହଣ କରିବା ପ୍ରକ୍ରିୟାରେ ରହିଛୁ। ଯୁବ ପ୍ରତିଭାବାନମାନଙ୍କୁ ଚୟନ କରି ଏଠାରେ ଉଦୀୟମାନ କ୍ରୀଡ଼ାବିତ୍‌ ଭାବେ ସମୃଦ୍ଧ କରାଯିବ ଓ ସେମାନେ ଦେଶର ପ୍ରତିନିଧିତ୍ବ କରିବେ।
ରାଜ୍ୟର ବିକାଶ ପାଇଁ ଏମ୍‌ଜିଏମ୍‌ର ପ୍ରମୁଖ ସିଏସ୍‌ଆର୍‌ କାର୍ଯ୍ୟକ୍ରମଗୁଡ଼ିକ କ’ଣ?
ଆମ କଂପାନି ଆଇଆଇଟି ଭୁବନେଶ୍ବରରେ ଏମ୍‌ଜିଏମ୍‌ ଚେୟାର ପ୍ରଫେସର ଇନ୍ ମାଇନିଂ ଆଣ୍ଡ୍‌ ମେଟାଲ୍ ଇଞ୍ଜିନିୟରିଂ ସ୍ଥାପନ କରିଛି। ବିଭିନ୍ନ କ୍ରୀଡ଼ା ଏବଂ ସାଂସ୍କୃତିକ ସଂଗଠନଗୁଡ଼ିକୁ ଆମ ସଂସ୍ଥା ସହାୟତା ଦେଉଛି। ଆମେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ନିୟମିତ ସହାୟତା ଦେଉଛୁ। ଭୁବନେଶ୍ବର ଆଖପାଖରେ ଏକ କାର୍ଡିଆକ୍ ଓ ନ୍ୟୁରୋ ହସ୍ପିଟାଲ୍ ସ୍ଥାପନ କରିବା ଯୋଜନା ଅଛି।
ସମ୍ବାଦର ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ଅଭିଯାନ ବିଷୟରେ ଆପଣଙ୍କ ମତ କ’ଣ?
ଆମ ଦେଶର ଅନ୍ୟତମ ଲୋକପ୍ରିୟ ଗଣମାଧ୍ୟମ ସଂସ୍ଥା ସମ୍ବାଦର ଏହା ଏକ ଶ୍ରେଷ୍ଠ ଅଭିଯାନ। ଓଡ଼ିଶାର ଏହି ଧରଣର ବ୍ରାଣ୍ଡିଂ ନିଶ୍ଚିତ ରୂପେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟକୁ ଦେଶର ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବ। ରାଜ୍ୟ ପାଇଁ ଉତ୍ତମ ସ୍ବୀକୃତି ଆଣିବା ଲାଗି ଏଭଳି ଅଭିଯାନ ହାତକୁ ନେଇଥିବାରୁ ମୁଁ ଦେଶର ଖ୍ୟାତିସମ୍ପନ୍ନ ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବାକୁ ଚାହୁଛି।

The post ଓଡ଼ିଶାରେ ପୋଷାକ ଉତ୍ପାଦନ ପାଇଁ ‘ଏମ୍‌ଜିଏମ୍‌’ର ବଡ଼ ଯୋଜନା, ପଙ୍କଜ ଲୋଚନ ମହାନ୍ତି first appeared on Sambad.


No comments

Powered by Blogger.