Header Ads

Header ADS

ଆମ୍ବପାଣି ଘାଟିରେ ବୁଲୁଛି ବାଘ


ନବରଙ୍ଗପୁର : ନବରଙ୍ଗପୁର-କଳାହାଣ୍ଡି ଜିଲ୍ଲା ସୀମା ଆମ୍ବପାଣି ଘାଟିରେ ବୁଲୁଛି କଲରାପତରିଆ ବାଘ। ରାତିରେ ଘାଟିକୁ ଅତିକ୍ରମ କରୁଥିବା ଜଣେ ଯାତ୍ରୀ ବାଘକୁ ଅତି ନିକଟରୁ ଦେଖିବା ପରେ ନିଜ ମୋବାଇଲରେ ପୂରା ଦୃଶ୍ୟ ରେକର୍ଡ କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଭାଇରାଲ ହୋଇଛି। ଅନ୍ୟପଟେ ସୀମାନ୍ତ ଗାଁର ଲୋକ ଏ ନେଇ ଜାଣିବା ପରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। କଳାହାଣ୍ଡି ବନ ବିଭାଗ ମଧ୍ୟ ସୂଚନା ମିଳିବା ପରେ ଘାଟି ଆଖପାଖ ଜଙ୍ଗଲରେ ବାଘକୁ ଠାବ କରିବାକୁ ପ୍ରୟାସ କରୁଛି।

ଗତ ସୋମବାର ଦିନ କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳର ଆଲୋକ ପାଣିଗ୍ରାହୀ କୌଣସି କାମରେ ଜୟପୁର ଆସିଥିଲେ। ରାତି ପ୍ରାୟ ୧୧ଟାରେ ଘରକୁ ଫେରିବା ରାସ୍ତାରେ ଆମ୍ବପାଣି ଘାଟି ରାସ୍ତାରେ ବାଘ ଗୋଟିଏ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବକୁ ଅତିକ୍ରମ କରିଥିଲା। ଗାଡ଼ିର ଶବ୍ଦ ସହ ହେଡ୍ ଲାଇଟ୍ ପଡ଼ିବା ସତ୍ତ୍ବେ ବାଘ ନିଜ ହରକତରେ କୌଣସି ପରିବର୍ତ୍ତନ ନ କରି ସ୍ବାଭାବିକ ଭାବେ ରାସ୍ତା ପାର ହୋଇଥିଲା। ଯେଉଁ ଭିଡିଓ ଭାଇରାଲ ହୋଇଛି ସେଥିରୁ ବାଘଟି ବୟସ୍କ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ଅନେକ ଥର ଏହି ଅଞ୍ଚଳରେ ବାଘ ରହିଥିବା ନେଇ ଚର୍ଚ୍ଚା ହେଉଥିଲେ ବି କେବେ କେହି ସାମ୍ନାସାମ୍ନା ବାଘକୁ ଦେଖି ନଥିଲେ। ପ୍ରଥମ ଥର ପାଇଁ ବାଘକୁ ଅତି ନିକଟରୁ ଦେଖାଯାଇଥିବା କୁହାଯାଉଛି। ଆଜି କୋକସରା ବନ ବିଭାଗ କର୍ମଚାରୀ ଉକ୍ତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ବାଘକୁ ଠାବ୍ କରିବାକୁ ଚେଷ୍ଟା କରିଥିଲେ।

The post ଆମ୍ବପାଣି ଘାଟିରେ ବୁଲୁଛି ବାଘ first appeared on Sambad.


No comments

Powered by Blogger.