Header Ads

Header ADS

ବିମାନ ଇନ୍ଧନ ଦର ବଢ଼ିଲା


ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ରେକର୍ଡ ଉଚ୍ଚସ୍ତରରେ ପହଞ୍ଚି ସାରିଛି। ତେବେ ଦୁଇ ଦିନ ହେଲା ତେଲ କମ୍ପାନି ଗୁଡ଼ିକ ଯଦି ଅପରିବର୍ତ୍ତିତ ରଖିଛନ୍ତି ତଥାପି ବିମାନ ଇନ୍ଧନ ବା ଏଟିଏଫ୍‌ ମୂଲ୍ୟ ବଢ଼ାଇଛନ୍ତି। ବିମାନ ଇନ୍ଧନ ଦରରେ ୨.୯୬ ପ୍ରତିଶତ ବୃଦ୍ଧି କରାଯାଇଛି। ଗତ ଡିସେମ୍ବର ମାସଠାରୁ ବିମାନ ଇନ୍ଧନ ଦରରେ ଚତୁର୍ଥ ଥର ଲାଗି ବୃଦ୍ଧି କରାଯାଇଛି। ଦିଲ୍ଲୀରେ କିଲୋଲିଟର ପିଛା ବିମାନ ଇନ୍ଧନ ଦର ୧୫୧୨ ଟଙ୍କା ୩୮ ପଇସା ବୃଦ୍ଧି କରାଯିବା ଫଳରେ ଏହା ୫୨,୪୯୧ ଟଙ୍କା ୧୬ ପଇସାରେ ପହଞ୍ଚିଛି।

ପୂର୍ବରୁ ଡିସେମ୍ବର ୧ରେ ବିମାନ ଇନ୍ଧନ ଦରରେ ୭.୬ ପ୍ରତିଶତ, ଡିସେମ୍ବର ୧୬ରେ ୬.୩ ପ୍ରତିଶତ ଏବଂ ଜାନୁଆରି ୧ରେ ୩.୬୯ ପ୍ରତିଶତ ବୃଦ୍ଧି କରାଯାଇଥିଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ସହିତ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ବିଚାରକୁ ନେଇ ପ୍ରତିମାସ ୧ ତାରିଖ ଓ ୧୬ ତାରିଖରେ ବିମାନ ଇନ୍ଧନ ଦର ସଂଶୋଧନ କରାଯାଇଥାଏ। ତେବେ ସ୍ଥାନୀୟ ଟିକସ ଅନୁସାରେ ଏହି ଦର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରହିଥାଏ। ବିମାନ ସେବା ପ୍ରଦାନ କରୁଥିବା କମ୍ପାନିଗୁଡ଼ିକ ସେମାନଙ୍କ ମୋଟ ଖର୍ଚ୍ଚର ପ୍ରାୟ ୪୦ ପ୍ରତିଶତ ଇନ୍ଧନ ବାବଦରେ କରିଥାନ୍ତି। ତେଣୁ କୋଭିଡ ପାଇଁ ବିମାନ ଯାତ୍ରା ପ୍ରଭାବିତ ହୋଇଥିବାବେଳେ ଇନ୍ଧନ ଦର ବୃଦ୍ଧି ସେମାନଙ୍କର ଆର୍ଥିକ ସ୍ଥିତିକୁ ଆହୁରି ଖରାପ କରିବ ବୋଲି ଆଶଙ୍କା କରାଯାଉଛି।

The post ବିମାନ ଇନ୍ଧନ ଦର ବଢ଼ିଲା first appeared on Sambad.


No comments

Powered by Blogger.