Header Ads

Header ADS

ଗଞ୍ଜାମରେ ଚାଉଳ ଅଭାବ, ପ୍ରଭାବିତ ହେବ ଏମ୍‌ଡିଏମ୍‌ ଖାଦ୍ୟ ସୁରକ୍ଷା ଯୋଜନା


ବ୍ରହ୍ମପୁର,(ପ୍ରଦୀପ କିଶୋର ସାହୁ ) : କରୋନା ମହାମାରୀ ସମୟରେ ୮ମାସ କାଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ମାଗଣା ଚାଉଳ ବଣ୍ଟାଗଲା। ଏବେ ଗଞ୍ଜାମ ଜିଲ୍ଲାର ସବୁ ଚାଉଳ ଗୋଦାମ ଖାଲି। ଜିଲ୍ଲାର କେବେ ବି ଏଭଳି ସ୍ଥିତି ଉପୁଜି ନଥିଲା। ସ୍ଥିତି ଏମିତି ହୋଇଛି, ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚଳାଇବା ପାଇଁ ଚାଉଳ ନାହିଁ। ଜିଲ୍ଲାରେ ଖରିଫ୍‌ ଧାନ କିଣା ଚାଲିଥିବା ବେଳେ ସେଥିରୁ ସ˚ଗୃହୀତ ହେଉଥିବା ଚାଉଳକୁ ତୁରନ୍ତ ମିଲିଂ କରି ହିତାଧିକାରୀଙ୍କୁ ଚାଉଳ ବଣ୍ଟାଯିବା ଯୋଜନା ରହିଛି। ତେଣୁ ମିଲର୍‌ ଯେଭଳି ଶୀଘ୍ର ଧାନ ମିଲିଂ କରି ଚାଉଳ ଦେବେ ସେଥିପ୍ରତି ଯୋଗାଣ ବିଭାଗ ଗୁରୁତ୍ବ ଦେଇଛି। ତେବେ ଗଞ୍ଜାମ ଜିଲ୍ଲାରୁ ସବୁ ବେଳେ ଅରୁଆ ଚାଉଳ ସ˚ଗୃହୀତ ହୁଏ। ସଙ୍ଗେ ସଙ୍ଗେ ଅମଳ ହୋଇଥିବା ଧାନରୁ ମିଲି˚ ହୋଇଥିବା ଅରୁଆ ଚାଉଳ ରୋଷେଇ ଉପଯୋଗୀ ହେବ କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛ।

ଜିଲ୍ଲାରେ ଡିସେମ୍ବର ୧୬ରୁ ଧାନ କିଣା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରୁ ୨୫ ଲକ୍ଷ କ୍ବିଣ୍ଟାଲ ଧାନ କିଣି ଚାଉଳ ସ˚ଗ୍ରହ କରିବା ଲକ୍ଷ୍ୟ ରହିଛି। ୧ଲକ୍ଷ ୩୬ହଜାର ୩୧୮ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଆଜି ସୁଦ୍ଧା ୧୭ହଜାର ୧୯୨ଜଣ ଚାଷୀଙ୍କ ଠାରୁ ୮୯୦୫୫୪.୭୯ କ୍ବିଣ୍ଟାଲ ଧାନ କିଣାଯାଇଛି। ଧାନ କିଣାରେ ୩୪୫ ମିଲର ଅ˚ଶଗ୍ରହଣ କରିଛନ୍ତି। ଗତକାଲି ସୁଦ୍ଧା କିଣା ଯାଇଥିବା ଧାନରୁ ୧ଲକ୍ଷ ୧୮ହଜାର ୫୭୯ କ୍ବିଣ୍ଟାଲ ଚାଉଳ ସ˚ଗ୍ରହ ହୋଇଛି। ପ୍ରତି ବର୍ଷ ଡିସେମ୍ବରରୁ ମାର୍ଚ୍ଚ ମାସ ଯାଏ ଧାନ କିଣା ହୁଏ। ଯୋଗାଣ ନିଗମ ଗୋଦାମ ଗୁଡ଼ିକରେ ଚାଉଳ ରଖିବାକୁ ସ୍ଥାନାଭାବ ଯୋଗୁଁ ବର୍ଷ ତମାମ୍‌ ମିଲରମାନେ ଧୀରେଧୀରେ ଧାନ ମିଲିଂ କରି ଚାଉଳ ଦେଇଥାନ୍ତି। ଗୋଦାମରୁ ବର୍ଷ ସାରା ଚାଉଳ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ଏମ୍‌ଡିଏମ୍‌ ଓ ସ୍ବତନ୍ତ୍ର ବିଦ୍ୟାଳୟ ଆଦିରେ ବଣ୍ଟନ କରାଯାଏ। କିନ୍ତୁ କରୋନା ମହାମାରୀ ଯୋଗୁଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀ, ପ୍ରବାସୀ ଆଦିଙ୍କୁ ପ୍ରାୟ ୮ମାସ ଧରି ମାଗଣା ଚାଉଳ ବଣ୍ଟନ କରିଥିଲେ। ଫଳରେ ଜିଲ୍ଲାର ଗୋଦାମରେ ମହଜୁଦ୍‌ ଥିବା ଚାଉଳ ଖାଲି ହୋଇଯାଇଛି।

ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୭ଲକ୍ଷ ୩୨ହଜାର ୫୮୮ ଏବ˚ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩୦ହଜାର ୪୩୭ ପରିବାର ଅର୍ନ୍ତଭୁକ୍ତ ରହିଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନା ଲାଗି ଚଳିତ ଜାନୁଆରି ମାସର କୋଟା ରହିଛି ୧ଲକ୍ଷ ୧୯ହଜାର ୫୯୭ କ୍ବିଣ୍ଟାଲ। ଏଥିରୁ ଗତକାଲି ସୁଦ୍ଧା ୬୨.୨୯ ପ୍ରତିଶତ ଚାଉଳ ବଣ୍ଟନ ନିମନ୍ତେ ଦିଆ ସରିଛି। ଜିଲ୍ଲା ଯୋଗାଣ ବିଭାଗ ନିକଟରେ ଗତକାଲି ସୁଦ୍ଧା ମାତ୍ର ୪୧ହଜାର ୯୦୮ କ୍ବଣ୍ଟାଲ ଚାଉଳ ମହଜୁଦ୍‌ ଥିଲା। ଏଭଳି ସ୍ଥିତିରେ ଜିଲ୍ଲାରେ ଧାନ କିଣା ସାଙ୍ଗକୁ ଚାଉଳ ସ˚ଗ୍ରହ ତ୍ବରାନ୍ବିତ ନ ହେଲେ ହିତାଧିକାରୀଙ୍କୁ ଚାଉଳ ବଣ୍ଟନରେ ଅଡ଼ୁଆ ସ୍ଥିତି ଉପୁଜିପାରେ। ଅନ୍ୟପକ୍ଷରେ ଜିଲ୍ଲାରୁ ଯେତିକି ଚାଉଳ ଉତ୍ପାଦନ ହେଉଛି ଚାଉଳ ମହଜୁଦ ରଖିବା ଲାଗି ସେହି ଅନୁପାତରେ ଗୋଦାମ ନାହିଁ। ପୁଣି ଅସୁରକ୍ଷିତ ଦର୍ଶାଇ ଯୋଗାଣ ବିଭାଗ ଚଳିତ ବର୍ଷ ୧୧ଟି ଗୋଦାମକୁ ବନ୍ଦ କରିଛି। ଉଦାହରଣ ସ୍ବରୂପ ହିଞ୍ଜିଳି ବ୍ଲକ୍‌ରୁ ପ୍ରାୟ ୧ଲକ୍ଷ ୭୯ହଜାର କ୍ବିଣ୍ଟାଲ ଚାଉଳ ସଂଗୃହ ହେବ। କିନ୍ତୁ ଏହି ବ୍ଲକରେ ୨୦ହଜାର କ୍ବିଣ୍ଟାଲ ଚାଉଳ ରହିବା ଲାଗି ଗୋଦାମ ରହିଛି। ମାର୍ଚ୍ଚ ୩୧ରେ ଧାନ କିଣା ସରିବ। ମିଲର ଯଦି ଏପ୍ରିଲ ସୁଦ୍ଧା ସବୁ ଚାଉଳ ଦେବାକୁ ଚାହାନ୍ତି, ଯୋଗାଣ ବିଭାଗ ନିକଟରେ ରଖିବା ଲାଗି ଆବଶ୍ୟକ ଗୋଦାମ ନାହିଁ। ଜିଲ୍ଲାରେ ଧାନ କିଣା ଓ ଚାଉଳ ସଂଗ୍ରହ ବିଚିତ୍ର ‌ସ୍ଥିତି ଦେଖିବାକୁ ମିଳିଛି।

ଏ ସ୍ଥିତିର ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଚାଉଳ ସ˚ଗ୍ରହ ପ୍ରକ୍ରିୟା ଯେଭଳି ବିଳମ୍ବିତ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ଲାଗି ପ୍ରକ୍ୟୁରମେଣ୍ଟ ଅଫିସର(ପିଆଇ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ବଣ୍ଟନ ବ୍ୟବସ୍ଥା ଯେଭଳି ପ୍ରଭାବିତ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ମାର୍କେଟିଂ ଅଫିସରଙ୍କ ନେଇ ମିଲ୍‌ ଯାଇ ଯାଞ୍ଚ କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମିଲର କେତେ ଧାନ କିଣିଛନ୍ତି, ସେହି ଅନୁପାତରେ ଚାଉଳ ଯୋଗାଇଛନ୍ତି କି ନାହିଁ ତାହା ଯାଞ୍ଚ କରିବାକୁ କୁହାଯାଉଥିବା ଜଣାପଡ଼ିଛି।

The post ଗଞ୍ଜାମରେ ଚାଉଳ ଅଭାବ, ପ୍ରଭାବିତ ହେବ ଏମ୍‌ଡିଏମ୍‌ ଖାଦ୍ୟ ସୁରକ୍ଷା ଯୋଜନା first appeared on Sambad.


No comments

Powered by Blogger.