Header Ads

Header ADS

କରୋନା ଟିକା ନେଲେ ଶିଳ୍ପା


ଶିଳ୍ପା ଶିରୋଦକର ବଲିଉଡ୍‌ର ପ୍ରଥମ ଅଭିନେତ୍ରୀ ଭାବେ ୟୁଏଇରେ କରୋନା ଟିକା ନେଇଛନ୍ତି। ଏନେଇ ସେ ସାମାଜିକ ଗଣମାଧ୍ୟମରେ ପ୍ରଶଂସକଙ୍କୁ ସୂଚନା ଦେବା ସହ ଟିକାକରଣର ଅନୁଭୂତି ବାଣ୍ଟିଛନ୍ତି। ଟିକାକରଣ ପରେ ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି। ୯୦ ଦଶକରେ ଶି​ଳ୍ପା ହିନ୍ଦୀ ସିନେଜଗତର ଜଣେ ପ୍ରଖ୍ୟାତ ସିନେ ତାରକା ଭାବେ ଜଣାଶୁଣା ଥିଲେ। ଗୋପିକୃଷ୍ଣା, ଦିଲ୍ ହି ହେ, ଆଖେଁ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ବେଶ୍ ଚର୍ଚ୍ଚିତ ହୋଇଥିଲେ। ଏହା ବ୍ୟତୀତ ସେ ଧାରାବାହିକ ଜଗତରେ ମଧ୍ୟ ଦର୍ଶକଙ୍କ ପ୍ରିୟ ହୋଇପାରିଛନ୍ତି।

The post କରୋନା ଟିକା ନେଲେ ଶିଳ୍ପା first appeared on Sambad.


No comments

Powered by Blogger.