ନିୟମିତ ହେଲେ ୩୮୮୪ ହାଇସ୍କୁଲ ଶିକ୍ଷକ
ଭୁବନେଶ୍ବର: ରାଜ୍ୟର ମାଧ୍ୟମିକ ବିଦ୍ୟାଳୟ ତଥା ହାଇସ୍କୁଲରେ ଶିକ୍ଷାଦାନ କରୁଥିବା ୩୮୮୪ଜଣ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିୟମିତ କରାଯାଇଛି। ନିଯୁକ୍ତି ହେବାର ୬ବର୍ଷ ପୂରଣ କରିଥିବାରୁ ଏହି ଶିକ୍ଷକମାନଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିୟମିତ କରାଯାଇଛି। ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିୟମିତ କରିବା ଲାଗି ଦୀର୍ଘ ଦିନ ହେବ ଦାବି ହୋଇ ଆସୁଥିଲା। ରାଜ୍ୟ ସରକାର ଆଜି ବଡ଼ ପଦକ୍ଷେପ ସ୍ବରୂପ ସେମାନଙ୍କୁ ନିୟମିତ କରିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ୬ ବର୍ଷ ପୂରଣ କରିଥିବାରୁ ୩୮୮୪ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ନିୟମିତ ହୋଇଛନ୍ତି। ହାଇସ୍କୁଲରେ ଖାଲି ଥିବା ଶିକ୍ଷକ ପଦ ପୂରଣ ଦିଗରେ ପଦକ୍ଷେପ ନିଆଯାଉଛି। ଅର୍ଥ ବିଭାଗରୁ ଅନୁମତି ମିଳିଥିବାରୁ ୪୮୦୦ ହିନ୍ଦୀ, ସଂସ୍କୃତ, ପିଇଟି ଶିକ୍ଷକ ପଦ ସୃଷ୍ଟି କରାଯିବ।
The post ନିୟମିତ ହେଲେ ୩୮୮୪ ହାଇସ୍କୁଲ ଶିକ୍ଷକ first appeared on Sambad.
No comments