ଜେଲରୁ ଉଲଗ୍ନ ହୋଇ ଫେରାର ହୋଇଯାଇଛନ୍ତି ୨୦୦କଏଦୀ

କଂପାଲା: ଆଫ୍ରିକୀୟ ଦେଶ ଉଗାଣ୍ଡାର ଏକ ଜେଲ୍ରୁ ଶହେରୁ ଅଧିକ କଏଦୀ ଉଲଗ୍ନ ହୋଇ ଫେରାର ହୋଇଯାଇଛନ୍ତି ।
ଜେଲରୁ କଏଦୀ ଫେରାର ହେବା ଏହି ଘଟଣାର ଉଗାଣ୍ଡାର ପୂର୍ବଭାଗରେ ଅବସ୍ଥିତ ମୋରୋଟୋ ଜିଲ୍ଲାର ସେନା କ୍ୟାମ୍ପ ପାଖରେ ଥିବା ଏକ ଜେଲ୍ରେ ଏହି ଘଟଣା ଘଟିଛି। ଜେଲରେ ବନ୍ଦୀଥିବା ୨୦୦ କଏଦୀ ପ୍ରଥମେ କିଛି ସୁରକ୍ଷାକର୍ମୀଙ୍କୁ କାବୁ କରିଥିଲେ । ପରେ ସେମାନଙ୍କୁ ପିନ୍ଧିବାକୁ ଦିଆଯାଉଥିବା ହଳଦିଆ ରଙ୍ଗର ପୋଷାକ ଖୋଲି ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଫେରାର ହୋଇଯାଇଥିଲେ। ତେବେ ଫେରାର ହୋଇଯାଇଥିବା କଏଦୀଙ୍କୁ ଧରିବା ତଦନ୍ତ ଚାଲିଛି।
ତେବେ ଏହି ଘଟଣା ଘଟିବା ପରେ ସେନା ମୁଖପାତ୍ର କହିଛନ୍ତି, କାର୍ଯ୍ୟରତ ଓ୍ବାର୍ଡେନଙ୍କୁ କାବୁ କରି ଫେରାର ହେବାରେ ସେମାନେ ସକ୍ଷମ ହୋଇଛନ୍ତି । ସେମାନେ ସମସ୍ତେ ପଶୁ ଚୋରି ମାମଲାରେ ଜେଲ୍ରେ ଥିଲେ। ତେବେ ଉଲଗ୍ନ ଅବସ୍ଥାରେ କଏଦୀମାନେ ଫେରାର ହୋଇଥିବାରୁ ସେମାନେ ନିଶ୍ଚୟ ପ୍ରଥମେ ପିନ୍ଧିବାକୁ ପୋଷାକ ଖୋଜିବେ। ଏଥିପାଇଁ ୨୦୦କଏଦୀ କୌଣସି ପୋଷାକ ଦୋକନ ଉପରେ ଆକ୍ରମଣ କରିପାରନ୍ତି । ଏନେଇ ମଧ୍ୟ କଡ଼ା ଦୃଷ୍ଟି ରଖା ଯାଇଛି ବୋଲି ସେନା ପକ୍ଷରୁ ପ୍ରକାଶ।
No comments