Header Ads

Header ADS

‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ଚିତ୍ରାଙ୍କନ, ହସ୍ତାକ୍ଷର ଓ କୁଇଜ୍‌ ପ୍ରତିଯୋଗିତାର ମୂଲ୍ୟାୟନ


ଭୁ‌ବନେଶ୍ବର: ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଚିତ୍ରାଙ୍କନ, ହସ୍ତାକ୍ଷର ଓ କୁଇଜ୍‌ ପ୍ରତିଯୋଗିତାର ମୂଲ୍ୟାୟନ ହୋଇଛି। ଜୋନ୍‌ସ୍ତରୀୟ ଫଳାଫଳ ଘୋଷଣା ସରିଥିବା ‌େବ‌ଳେ ସମ୍ବାଦ ଭବନ ମିନି ପ୍ରେକ୍ଷାଳୟରେ ଆଜି ବିଚାରକମଣ୍ଡଳୀ ଅନଲାଇନ୍‌ରେ ଆସିଥିବା ଚିତ୍ରାଙ୍କନ ଓ ହସ୍ତାକ୍ଷରର ମୂଲ୍ୟାଙ୍କନ କରିଥିଲେ। ଜାତୀୟ ପୁରସ୍କାରପ୍ରାପ୍ତ ଚିତ୍ରଶିଳ୍ପୀ ତଥା ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ରର ପୂର୍ବତନ ଆଞ୍ଚଳିକ ସଚିବ ରାମହରି ଜେନା, ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ପୂର୍ବତନ ଚିତ୍ରଶିଳ୍ପୀ ତଥା ସର୍ବଭାରତୀୟ ପୁରସ୍କାରପ୍ରାପ୍ତ ଚିତ୍ରଶିଳ୍ପୀ ଗୌରାଙ୍ଗ ବାରିକ ଏବଂ ଜାତୀୟ ବୃତ୍ତିପ୍ରାପ୍ତ ଚିତ୍ରଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏକାଡେମିର ପୂର୍ବତନ ସଚିବ ଏବଂ ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରିର ପ୍ରତିଷ୍ଠାତା ତାରାକାନ୍ତ ପରିଡ଼ା ଉଭୟ ଚିତ୍ରାଙ୍କନ ଓ ହସ୍ତାକ୍ଷରର ମୂଲ୍ୟାୟନ କରିଥିଲେ। ଏଥିସହ ଆଜି ଅନଲାଇନ୍‌ କୁଇଜ୍‌ ପ୍ରତିଯୋଗିତାର ରାଜ୍ୟସ୍ତରୀୟ ଫଳାଫଳର ମୂଲ୍ୟାୟନ କରାଯାଇଥିଲା। ‘ସମ୍ବାଦ’ର ବରିଷ୍ଠ କର୍ମକର୍ତା ଏହାର ଅନ୍‌ଲାଇନ୍‌ ମୂଲ୍ୟାୟନ କରିଥିଲେ। ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ଏବଂ ଆମ ଓଡ଼ିଶାର ପ୍ରକାଶନ ସମ୍ପାଦକ ଅସିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


No comments

Powered by Blogger.