Header Ads

Header ADS

‘ସପ୍ଟ ପର୍ଣ୍ଣ ଷ୍ଟାର’ ବୟାନକୁ ନେଇ କଙ୍ଗନାଙ୍କୁ ଘେରିଲେ ଉର୍ମିଳାଙ୍କ ସମର୍ଥକ, ଦିନେ କଙ୍ଗନା ବି ଯୌନୋଦ୍ଦୀପକ ଦୃଶ୍ୟରେ ଅଭିନୟ କରୁଥିଲେ


ମୁମ୍ବାଇ: ଗତକାଲି ସନ୍ଧ୍ୟାରେ କଙ୍ଗନା ରାଣାୱତ ଏକ ସାକ୍ଷାତକାରରେ ଉର୍ମିଲା ମାତୋଣ୍ଡକରଙ୍କୁ ସପ୍ଟ ପର୍ଣ୍ଣ ଷ୍ଟାର ବୋଲି କହିଥିଲେ। ଅନେକେ କଙ୍ଗନାଙ୍କ ଏହି ବିବୃତି ଉପରେ ଧ୍ୟାନ ଦେଇ ନଥିଲେ, କିନ୍ତୁ ଉର୍ମିଲାଙ୍କୁ ସମର୍ଥନ କରିବା ପାଇଁ କେତେକ ଆଗଇେ ଆସିଛନ୍ତି। ସେମା‌ନଙ୍କ ମତରେ କଙ୍ଗନା ସିନା ଏଭଳି କଥା କହୁଛନ୍ତି, ସେ ବି ତାଙ୍କ କ୍ୟାରିୟର ଆରମ୍ଭରେ ଆଇଟମ୍ ଗୀତରେ ନାଚିଥିଲେ। ଅଙ୍ଗପ୍ରଦର୍ଶନ କରି ନୃତ୍ୟ କରିଥିଲେ। ଯୌନୋଦ୍ଦୀପକ ଦୃଶ୍ୟରେ ଅଭିନୟ ବି କରିଥିଲେ।

ସେମାନେ କହିଛନ୍ତି, ଏଠାରେ କାହାର କୁର୍ତ୍ତାର ରଙ୍ଗ କ’ଣ  ତାହା ଜାଣିବା ଲାଗି ଆମେ ଆଗ୍ରହୀ ନୁହଁ, ଆମେ କେବଳ ରୁପେଲି ପରଦା ପାଇଁ ଆଗ୍ରହୀ, ଯେଉଁଠାରେ ସବୁକିଛି ‘ରଙ୍ଗିଲା’| ଏହି ଅପମାନଜନକ ମନ୍ତବ୍ୟ ପାଇଁ ଉର୍ମିଲା କ’ଣ କଲେ? ଖୋଲାଖୋଲି ଭାବରେ କହିବାକୁ ଗଲେ କଙ୍ଗନାଙ୍କ ୧୪ ବର୍ଷର ବଲିଉଡ କ୍ୟାରିୟର ଏବଂ ‘ଆଇଟମ୍ ନମ୍ବର’ କିମ୍ବା ଅନ୍ୟାନ୍ୟ ଭୂମିକା ଅପେକ୍ଷା ଉର୍ମିଲାଙ୍କ କାମ ଅଧିକ ଓଜନରେ ବହନ କରିବ । ତେଣୁ ଯେତେବେଳେ କଙ୍ଗନା କହନ୍ତି ‘ଉର୍ମିଲାଙ୍କୁ ଅଭିନୟ  ଜଣା ନାହିଁ | ତେବେ ତାହା କଳା ନୁହେଁ କି?

Dailynews24

ସବୁଠାରୁ କୌତୁହଳର ବିଷୟ ହେଉଛି, କଙ୍ଗନାଙ୍କୁ ‘କୁଇନ’ ସିନେମା ପର୍ଯ୍ୟନ୍ତ ଅଭିନୟ କ’ଣ ତାଙ୍କୁ ପ୍ରକୃତରେ ଜଣା ନଥିଲା। କଙ୍ଗନା ୨୦୦୬ରେ ‘ଗ୍ୟାଙ୍ଗଷ୍ଟର’ ଏବଂ ‘ୱୋ ଲାମହେ’ରୁ ଅଭିନୟ ଆରମ୍ଭ କରିଥିଲେ। ଉଭୟ ସେହି ବର୍ଷ ହିଟ୍ ବି ହୋଇଥିଲା | କଙ୍ଗନାଙ୍କ ପାଇଁ ୨୦୦୭ ରେ ମେଟ୍ରୋ ଓ ୨୦୦୮ରେ ଫ୍ୟାସନ୍ ଅଧିକ ଗୁରୁତ୍ବପୂର୍ଣ୍ଣ ଥିଲା। କିନ୍ତୁ ଆମେ ‘ସଫ୍ଟ ପର୍ଣ୍ଣ’ ଏବଂ ‘ଆଇଟମ୍ ନମ୍ବର’ ବିଷୟ ଲାଗି ଅଧିକ ଆଗ୍ରହୀ | ୨୦୦୭ର ସାକାଲାକା ବୁମ୍ ବୁମର ଟାଇଟଲ୍ ଗୀତ, ରାଜ୍ : ଦ ମିଷ୍ଟ୍ରି କଣ୍ଟିନିଉଜ୍ (୨୦୦୯), ସୁଟଆଉଟ୍ ଆଟ୍ ୱାଡାଲାର ‌ୟେ ଜୁନୁନ୍ ଗୀତ ଏବଂ ରଜ୍ଜୋରେ କଙ୍ଗନାଙ୍କ ସପ୍ଟ ପର୍ଣ୍ଣ କୁହାଯିବା ଭଳି ଦୃଶ୍ୟ ରହିଛି।

ସେପଟେ ଉର୍ମିଲା ମାତୋଣ୍ଡକର କହିଛନ୍ତି, ଏପରି କୁତ୍ସିତ ମନ୍ତବ୍ୟ ଉପରେ କିଛି ପ୍ରତିକ୍ରିୟା ରଖିବା ଉଚିତ ବୋଲି ମୁଁ ଭାବୁ ନାହିଁ। ଯାହାର ପାରିବାରିକ ସଂସ୍କାର ଥିବ ସେ ଏଭଳି ମନ୍ତବ୍ୟ ଦେଇ ପାରିବ ନାହିଁ।


No comments

Powered by Blogger.