Header Ads

Header ADS

ସାରଦା ନାୟକଙ୍କ ନାମରେ ଦିଆଯିବ ଗୀତି କବିତା ପୁରସ୍କାର


ଭୁବନେଶ୍ୱର : ବିଶିଷ୍ଟ ନାଟ୍ୟକାର, ଚଳଚ୍ଚିତ୍ର ନିର୍ଦେଶକ, ଗୀତିକାର ଓ କଳାକାର ସାରଦା ପ୍ରସନ୍ନ ନାୟକଙ୍କ ନାମରେ ଦିଆଯିବ ଓଡ଼ିଶା ସଂଗୀତ ନାଟକ ଏକାଡେମି ଗୀତି କବିତା ପୁରସ୍କାର। ଏହି ପୁରସ୍କାର ବାବଦରେ ୨ଲକ୍ଷ ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ଓଡ଼ିଶା ସଂଗୀତ ନାଟକ ଏକାଡେମି ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗ‌ବେଷଣା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆୟୋଜିତ ସାରଦା ନାୟକଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସରକାର ଏହା ଘୋଷଣା କରିଛନ୍ତି।

ଏହି ଅବସରରେ ସାରଦାଙ୍କ ସ୍ମୃତିରେ ନିର୍ମିତ ଏକ ୩୦ ମିନିଟ୍‌ ଅବଧିର ବୃତ୍ତଚିତ୍ରକୁ ଦୂରଦର୍ଶନରେ ପ୍ରସାରଣ କରାଯିବା ନେଇ ସ୍ଥିର କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଂଗୀତ ନାଟକ ଏକାଡେମି ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେ‌ଷଣା କେନ୍ଦ୍ରର ସହଯୋଗରେ ଏହି ବୃତ୍ତଚିତ୍ର ପ୍ରସ୍ତୁତ କରାଯାଇଛି।
ଆଜି ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ନିର୍ଦେଶକ ବିଜୟ କୁମାର ନାୟକ, ସଂଗୀତ ନାଟକ ଏକାଡେମିର ସଭାପତି ଡ.ରାମକୃଷ୍ଣ ସାହୁ, ସଚିବ ପ୍ରବୋଧ ରଥ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ.ସଂଗୀତା ଗୋସାଇଁ ପ୍ରମୁଖ ଉପସ୍ଥିତ ଥିଲେ।


No comments

Powered by Blogger.