Header Ads

Header ADS

ଏନ୍‌ଜିଟିରେ ପୋଲାଭରମ୍‌ ମାମଲାରେ ଚୂଡ଼ାନ୍ତ ନିଷ୍ପତ୍ତି : ଓଡ଼ିଶାର ଚିନ୍ତା ଦୂର ପାଇଁ ଆନ୍ଧ୍ରକୁ ନିର୍ଦ୍ଦେଶ


ନୂଆଦିଲ୍ଲୀ : ଗୋଦାବରୀ ନଦୀ ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ନିର୍ମାଣାଧୀନ ପୋଲାଭରମ ନଦୀବନ୍ଧ ପ୍ରକଳ୍ପ ଉପରେ ନିଜର ଚୂଡ଼‌ାନ୍ତ ନିଷ୍ପତ୍ତି ଶୁଣାଇଛନ୍ତି ଜାତୀୟ ଗ୍ରୀନ ଟ୍ରିବୁନାଲ (ଏନ୍‌ଜିଟି)। ଏହି ପ୍ରକଳ୍ପ ସଂପର୍କରେ ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ ରାଜ୍ୟ ସରକାରଙ୍କ ଚିନ୍ତା ଦୂର କରିବା ସହ ସେମାନଙ୍କ ସହ ଆଲୋଚନା କରିବା ପାଇଁ ଆନ୍ଧ୍ରପ୍ରଦେଶ ଓ ପୋଲାଭରମ ପ୍ରକଳ୍ପ କର୍ତ୍ତୃପକ୍ଷ (ପିପିଏ) ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନ୍‌ଜିଟି।

ନିର୍ଦ୍ଦେଶ ଅନୁସାରେ, ଆସନ୍ତା ଦୁଇ ମାସ ମଧ୍ୟରେ କେନ୍ଦ୍ରୀୟ ଜଳ ଆୟୋଗ, ଗୋଦାବରୀ ଜଳବିବାଦ ଟ୍ରିବୁନାଲ, ଆନ୍ଧ୍ରପ୍ରଦେଶ ସରକାର ଓ ପିପିଏ ବୈଠକର ଆୟୋଜନ କରିବେ।

ଏହାପୂର୍ବରୁ ଏହି ପ୍ରକଳ୍ପ ପାଇଁ ଗଠିତ ୪ ଜଣିଆ ବିଶେଷଜ୍ଞ କମିଟି ଗତ ୮ ତାରିଖରେ ନିଜର ରିପୋର୍ଟ ଦାଖଲ କରିଥିଲେ। କମିଟିର ସୁପାରିଶଗୁଡ଼ିକୁ ଟ୍ରିବୁନାଲ ଗ୍ରହଣ କରିଛନ୍ତି। ସୁପାରିଶ ଗୁଡିକ ହେଲା: ଅନ୍ତଃ ରାଜ୍ୟ ରାଜିନାମା ଅନୁସାରେ ପୋଲାଭରମ ଅଥରିଟି କାମ କରିବ, ଗୋଦାବରୀ ଜଳ ବିବାଦ ଟ୍ରିବୁନାଲ୍ ଦେଇଥିବା ୧୯୮୦ ରାୟ କୁ ମାନିବ, ଜଳ ମଗ୍ନ ହେଉଥିବା ଅଞ୍ଚଳର ଅନୁଧ୍ୟାନ କରାଯିବ, ପ୍ରକଳ୍ପର ଫେରନ୍ତା ଜଳର ପ୍ରଭାବର ଅଧ୍ୟୟନ କରାଯିବ, ଓଡ଼ିଶାର ୬୩୧୬ ଲୋକଙ୍କୁ ଥଇଥାନ କରାଯିବ।


No comments

Powered by Blogger.