Header Ads

Header ADS

୨୦୨୧ ଆରମ୍ଭରୁ ଭାରତରେ ଉପଲବ୍ଧ କରାଯିବ କୋଭିଡ୍-୧୯ ଟିକା: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ


ନୂଆଦିଲ୍ଲୀ: ୨୦୨୧ ଆରମ୍ଭ ବେଳକୁ ଭାରତରେ କୋଭିଡ୍‌-୧୯ ଟିକା ଉପଲବ୍ଧ କରାଯିବ ବୋଲି ଗୁରୁବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି।

ରାଜ୍ୟସଭାରେ ହର୍ଷ ବର୍ଦ୍ଧନ କହିଛନ୍ତି, ଅନ୍ୟ ଦେଶମାନଙ୍କ ପରି ଭାରତ ମଧ୍ୟ ଚେଷ୍ଟା କରୁଛି। ତିନୋଟି ଟିକା ଭିନ୍ନ ଭିନ୍ନ ସ୍ତରରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ, ଦଳେ ବିଶେଷଜ୍ଞ ଏହାର ତତ୍ତ୍ବାବଧାନ କରୁଛନ୍ତି। ଟିକା ନିମନ୍ତେ ଅଗ୍ରଣୀ ଯୋଜନା ମଧ୍ୟ ରହିଛି। ଆମେ ଆଶାବାଦୀ ଯେ, ଆସନ୍ତାବର୍ଷ ଆରମ୍ଭ ବେଳକୁ ଭାରତରେ ଟିକା ଉପଲବ୍ଧ ହେବ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ‘ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍ ଇଣ୍ଡିଆ’ (ଡିସିଜିଆଇ) ଠାରୁ ସମ୍ମତି ପାଇବା ପରେ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ’ କୋଭିଡ୍-୧୯ ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପୁନରାରମ୍ଭ ନିମନ୍ତେ ପ୍ରସ୍ତୁତି କରୁଛି।

‘ରଷିଆନ୍ ଡାଇରେକ୍ଟ୍‌ ଇନ୍‌ଭେଷ୍ଟମେଣ୍ଟ୍‌ ଫଣ୍ଡ୍‌ (ଆର୍‌ଡିଆଇଏଫ୍) ଏବଂ ‘ଡକ୍ଟର୍‌ ରେଡ୍ଡୀସ୍‌ ଲ୍ୟାବ୍ରଟୋରି ଲିମିଟେଡ୍‌’ ମଧ୍ୟ ଭାରତରେ ‘ସ୍ପୁଟ୍‌ନିକ୍-୫’ ଟିକାର ନୈଦାନିକ ପରୀକ୍ଷା ଓ ବଣ୍ଟନ ନିମନ୍ତେ ରାଜି ହୋଇଛନ୍ତି।

 


No comments

Powered by Blogger.