Header Ads

Header ADS

ଆରମ୍ଭ ହେଲା ଆଇପିଏଲ୍‌ : ଚେନ୍ନାଇର ବିଜୟ ଅଭିଯାନ


ଆବୁଧାବି : ଶନିବାର ଆରମ୍ଭ ହୋଇଛି ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ। ନୂଆ ସ୍ଥାନ, ଭିନ୍ନ ପରିବେଶ ଏବଂ କରୋନା କଟକଣା ଜନିତ ଜୈବ ବଳୟ ମଧ୍ୟରେ ସ୍ଥାନୀୟ ଶେଖ୍ ଜୟେଦ୍‌ ଷ୍ଟାଡିୟମ୍‌ରେ ବିନା ଦର୍ଶକଙ୍କ ଉପସ୍ଥିତିରେ ଦୁଇ ପୂର୍ବତନ ବିଜେତା ମୁମ୍ବାଇ ଇଣ୍ଡିଆନ୍‌ସ ଏବଂ ଚେନ୍ନାଇ ସୁପରକିଙ୍ଗ୍‌ସ ପ୍ରଥମ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ।

ଏହି ପ୍ରଥମ ମୁକାବିଲାରେ ଚେନ୍ନାଇ ବିଜୟୀ ହୋଇଛି। ରାୟୁଡୁ ଓ ଡୁ’ପ୍ଲେସିସ୍‌ଙ୍କ ଅର୍ଧଶତକ ବଳରେ ମୁମ୍ବାଇକୁ ଶେଷ ଓଭରରେ ୫ ୱିକେଟ୍‌ରେ ପରାସ୍ତ କରି ଚେନ୍ନାଇ ବିଜୟ ଅଭିଯାନ ଆରମ୍ଭ କରିଛି। ଚେନ୍ନାଇ ଅଲ୍‌ରାଉଣ୍ଡର ସାମ୍‌ କରନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ଏହି ବିଜୟ ସହିତ ମୁମ୍ବାଇ ବିରୋଧରେ ପ୍ରତିଶୋଧ ନେଇଛି ଚେନ୍ନାଇ। ୪ ଥରର ବିଜେତା ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍‌ସ ପୂର୍ବ ୫ ମୁକାବିଲାରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇକୁ ପରାସ୍ତ କରିଥିଲା। ପୁଣି ଗତ ସଂସ୍କରଣର ଫାଇନାଲ୍‌ରେ ମଧ୍ୟ ଚେନ୍ନାଇକୁ ପରାସ୍ତ କରି ମୁମ୍ବାଇ ବିଜେତା ହୋଇଥିଲା। ସେହିଦୃଷ୍ଟିରୁ ଏଥର ବି ଚେନ୍ନାଇ ବିପକ୍ଷରେ ମୁମ୍ବାଇର ପଲା ଭାରି ଥିଲା। ହେଲେ ଆଜିର ବିଜୟ ସହ ଚେନ୍ନାଇ ଏଥର ପ୍ରତିଶୋଧ ନେଇଛି।


No comments

Powered by Blogger.