Header Ads

Header ADS

ପାରିବାରିକ କଳହର କରୁଣ ପରିଣତି : ଭାଇ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ


ନୟାଗଡ଼ : ନୟାଗଡ଼ ପୁଲିସ ସବ୍‌ଡିଭିଜନ୍‌ ଅଧୀନ ନୟାଗଡ଼ ବ୍ଲକ୍‌ରେ ପୁଣି ଏକ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ଆସିଛି। ନୟାଗଡ଼ ସଦର ଥା‌ନା ଅଧୀନ ବାଲୁଗାଁ ସଅଁର ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍ବାମୀ କାଳିଆ ନାୟକ ମୁଣ୍ଡକୁ ପଥର କିମ୍ବା ଇଟା ଅବା ସେଇଭଳି କୌଣସି କଠିନ ପଦାର୍ଥରେ ଛେଚି ପତ୍ନୀ ଓ ଶଳା ମାରିଦେଇଥିବା ଅଭିଯୋଗ ଆସିଛି। କାଳିଆଙ୍କ ଘର ଫତେଗଡ଼ ଥାନା ଶାଳପଡ଼ା ମିଟୁଆଣି ଗ୍ରାମରେ ହୋଇଥିବାବେଳେ, ସେ କିଛି ବର୍ଷ ହେବ ଘର ଜ୍ବାଇଁ ଭାବେ ଆସି ନୟାଗଡ଼ ସଦର ଥାନା ଅନ୍ତର୍ଗତ ବାଲୁଗାଁରେ ନିଜ ଶ୍ବଶୂର ଘରେ ରହୁଥିଲେ।

ଗତକାଲି ରାତିରେ କୌଣସି କାରଣରୁ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ଉଗ୍ରରୂପ ନେଇଥିଲା ଯେ ପତ୍ନୀ ମିତା ଓ ତାଙ୍କ ଭାଇ ତଥା ମୃତ କାଳିଆର ଶଳା କୃଷ୍ଣଚନ୍ଦ୍ର ସ୍ବାଇଁ କାଳିଆର ଜୀବନ ନେବାକୁ ପଛାଇ ନଥିଲେ। ଏପରିକି ହତ୍ୟା ପରେ ଶବକୁ ଘର ଭିତରେ ଟାଙ୍ଗି ଆତ୍ମହତ୍ୟା ରୂପ ଦେବାକୁ ଅପଚେଷ୍ଟା କରିଛନ୍ତି। କିନ୍ତୁ କାଳିଆଙ୍କ ମୁଣ୍ଡ ଏକାଧିକ ସ୍ଥାନରୁ ଫାଟି ରକ୍ତ ବାହାରୁଥିବାରୁ ଏହା ଏକ ହତ୍ୟାକାଣ୍ଡ ‌ବୋଲି ଏକପ୍ରକାର ସ୍ପଷ୍ଟ ହେଉଛି। କାଳିଆଙ୍କ ଭାଇ ସନାତନ ଓ ତାଙ୍କ ମା’ କାଳିଆଙ୍କୁ ହତ୍ୟା କରାଯାଇଥିବା ସଦର ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ମୃତକଙ୍କ ପରିବାରର ଅଭିଯୋଗ ଆଧାରରେ ସଦର ଥାନା ପୁଲିସ ମିତା ଓ କୃଷ୍ଣଚନ୍ଦ୍ରକୁ ଅଟକ ରଖିଥିବା ଜଣାଯାଇଛି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, କାଳିଆ ଅନେକ ସମୟରେ ମଦ ପିଇ ଘରେ ଅଶାନ୍ତି ସୃଷ୍ଟି କରୁଥିଲେ। ତେବେ, ହତ୍ୟା ଅଭିଯୁକ୍ତ ତଥା ତାଙ୍କ ପତ୍ନୀ ମିତା ନାୟକଙ୍କର ଅନ୍ୟମାନଙ୍କ ସହ ସମ୍ପର୍କ ଥିବାରୁ କାଳିଆ ଏହି ଘଟଣାକୁ ନେଇ ତାଙ୍କୁ ମାଡ଼ ମାରୁଥିଲେ। ପୁଲିସ୍‌ ଏ ନେଇ ମାମଲା ରୁଜୁ କରାଯିବ ବୋଲି ପୁଲିସ କହିଛି।


No comments

Powered by Blogger.